ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଶ୍ୱଶୁର,ବୋହୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 9, 2020

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଶ୍ୱଶୁର,ବୋହୂ

ରାୟଗଡ଼ା(ମନୋଜ ପାତ୍ର): ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଶ୍ୱଶୁର ଓ ବୋହୂ। ରାୟଗଡା ଜିଲ୍ଲା ବିଷମକଟକ ଥାନା ଠଙ୍ଗପଡ଼ା ଗାଁରେ ଘଟିଛି ଏହି ଅଘଟଣ । ମୃତକଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା

ସୂଚନାଯୋଗ୍ୟ, ଇଲେକ୍ଟ୍ରି ବୋର୍ଡରୁ ଆସିଥିବା ତାର ଡାଉଣୀଙ୍କ ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା ।  ଆଜି ସକାଳେ  ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଚିତ୍କାର କରିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୂ ସୁମିତ୍ରା  ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇଥିଲେ।

ଉଭୟ ଶ୍ୱଶୁର ଓ ବୋହୂଙ୍କୁ  ଗୁରୁତର ଅବସ୍ଥାରେ ବିଷମକଟକ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ସୁମିତ୍ରା ୪-୫ ମାସର ଗର୍ଭବତୀ ଥିଲେ।

The post ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଶ୍ୱଶୁର,ବୋହୂ appeared first on Odisha Reporter.



from Odisha Reporter https://ift.tt/33LwBld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages