ରାଜ୍ୟରେ ୧୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

ରାଜ୍ୟରେ ୧୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ୧୬୧୭  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୯୪୧ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ  ୬୭୬ଟି  ହେଉଛି ଲୋକାଲ୍ କେସ୍‌। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨,୮୭୦,୯୯ରେ ପହଞ୍ଚିଛି।

ଆଜି ରାଜ୍ୟରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ଖୋର୍ଦ୍ଧାରୁ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୨୮, ସୁନ୍ଦରଗଡ଼ରୁ ୯୩, ମୟୂରଭଞ୍ଜରୁ ୮୫, କଳାହାଣ୍ଡିରୁ ୮୪, ଜଗତସିଂହପୁରରୁ ୮୦, ପୁରୀରୁ ୭୬, ବାଲେଶ୍ବରରୁ ୭୬, ଅନୁଗୋଳରୁ ୭୫, ବଲାଙ୍ଗିରରୁ ୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ନୂଆପଡ଼ାରୁ ୫୯, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୫୩, ଢେଙ୍କାନାଳରୁ ୪୫, ଯାଜପୁରରୁ ୪୦, ନୟାଗଡ଼ରୁ ୪୦, ଝାରସୁଗୁଡ଼ାରୁ ୩୯, ଷ୍ଟେଟପୁଲରୁ ୩୬, ବରଗଡ଼ରୁ ୩୫, ନବରଙ୍ଗପୁରରୁ ୩୩, କୋରାପୁଟରୁ ୩୨, ଭଦ୍ରକରୁ ୩୦, ସମ୍ବଲପୁରରୁ ୨୨, ଗଞ୍ଜାମରୁ ୨୦, ବୌଦ୍ଧରୁ ୧୯, ମାଲକାନଗିରିରୁ ୧୭, ରାୟଗଡ଼ାରୁ ୧୫, କନ୍ଧମାଳରୁ ୧୪, ଦେବଗଡ଼ରୁ ୧୧, ଗଜପତି ଓ ସୁବର୍ଣ୍ଣପୁରରୁ ୮ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜ୍ୟରେ ୧୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/31TaPur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages