ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧର ଯୁବ ବ୍ୟବସାୟୀ ରାଜା ଓରଫ ପ୍ରମୋଦ ପ୍ରସାଦଙ୍କ ନିଖୋଜ ମାମଲା ଉପରୁ ପୁଲିସ ପରଦା ହଟାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇନ୍ତି ବୌଦ୍ଧ ଏସପି ଭି. ରଘୁନାଥ ରାଓ। ହତ୍ୟା ଅଭିଯୋଗରେ ବୌଦ୍ଧ ସହର ପୋଡାପଡା ସାହିର ମିଲନ ପାତ୍ର ଓ ଅଭିଷେକ ସାହାଣି ନାମକ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ଗତ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅଭିଷେକ ମୋବାଇଲରୁ ରାଜାକୁ ଡକାଇ ପୋଡାପଡା ଠାରେ ଥିବା ମିଲନର ଜିମ ଉପରକୁ କଥାବାର୍ତ୍ତା ହେବା ପାଇଁ ନେଇଥିଲା। ଉପର ମହଲା ଛାତରେ ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଉଭୟ ଅଭିଯୁକ୍ତ ରାଜାକୁ ଛୁରୀ ଭୁସି ଦେଇଥିଲେ। ଏହାପରେ ରାଜାର ଗଳାକୁ ଦବାଇ ହତ୍ୟା କରିଥିଲେ। ଏସପି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଏହାପରେ ବିଳମ୍ବିତ ରାତିରେ ଉଭୟ ଅଭିଯୁକ୍ତ ରାଜାର ମୃତଦେହକୁ ନେଇ ମହାନଦୀ ପଠାରେ ପେଟ୍ରୋଲ୍ ଓ କାଠରେ ପୋଡି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଭସାଇ ଦେଇଥିଲେ। ଶବ ମହାନଦୀର ହନୁମାନ ମନ୍ଦିର ଘାଟ ନିକଟରୁ ଉଦ୍ଧାର ହୋଇଥିଲା। ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ୍ ଦୁଇଟି ବାଇକ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଆଦି ଜବତ୍ କରିଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମିଲନକୁ ଗୋଟିଏ ମାଉଜର୍ ଯୋଗାଇ ଦେବା ପାଇଁ ରାଜା ୩୫ ହଜାର ଟଙ୍କା ନେଇଥିଲା। ଦୀର୍ଘ ଦିନ ଧରି ମିଲନକୁ ମାଉଜର୍ ଦେଇନଥିଲା କି ଟଙ୍କା ଫେରାଇ ନଥିଲା। ତାକୁ ଯୋଜନାବଦ୍ଧ ଭାବରେ ହତ୍ୟା କରିବା ପାଇଁ ମିଲନ ଚାହିଁଥିଲା ।
The post ଯୁବ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିଲା ଏପରି ଷଡ଼ଯନ୍ତ୍ର appeared first on Odisha Reporter.
from Odisha Reporter https://ift.tt/3mplTHI
No comments:
Post a Comment