ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ; ଶେଷରେ ୯ ପୂଜା କମିଟିକୁ ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 19, 2020

ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ; ଶେଷରେ ୯ ପୂଜା କମିଟିକୁ ମିଳିଲା ଅନୁମତି

କଟକ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ  କରୋନା କଟକଣା ମଧ୍ୟରେ ଦୁର୍ଗା ମୁର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦ ହାଇକୋର୍ଟକୁ ଯାଇଥିବା ବେଳେ ଶେଷରେ ୯ ପୂଜା କମିଟିକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଆଡଭୋକେଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ଏହି ଅନୁମତି ଦେଇଥିବା ବେଳେ ୨ଟି ସର୍ତ୍ତ ମଧ୍ୟ ରଖିଛନ୍ତି।

ପ୍ରଥମତଃ ମୂର୍ତ୍ତି ଉଚ୍ଚତାକୁ ଅନୁମତି ମିଳିଥିଲେ ବି ବିସର୍ଜନ ପ୍ରଶାସନ ହିଁ କରିବ। ଅପରପକ୍ଷେ ଏହି ଅନୁମତିକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରିବନି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିବା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ପୁଲିସ କମିଶନରଙ୍କୁ  ସେପ୍ଟେମ୍ବର ୧୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମୂର୍ତ୍ତି ଗୁଡିକର ଉଚ୍ଚତା ଯାଞ୍ଚ କରି ୪ ଫୁଟ୍‌ ମଧ୍ୟରେ ସୀମିତ ରଖିବାକୁ ପୁଲିସ କମିଶନର ଗତ ୧୭ ତାରିଖରେ ନିର୍ଦ୍ଦେଶାନାମା ଜାରି କରିଥିଲେ। ମଣ୍ଡପରେ ୪ ଫୁଟରୁ ଊର୍ଦ୍ଧ୍ୱର ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇସାରିଥିବାରୁ କମିଶନରଙ୍କ ନିର୍ଦ୍ଦେଶନାମା ପାଳନ କରିବା ସମ୍ଭବପର ନଥିବା ଦର୍ଶାଇ ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ   ୯ଟି କମିଟିକୁ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ମିଳିଛି।

The post ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ; ଶେଷରେ ୯ ପୂଜା କମିଟିକୁ ମିଳିଲା ଅନୁମତି appeared first on Odisha Reporter.



from Odisha Reporter https://ift.tt/3dCnRkR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages