ଲକଡାଉନ୍ ପରେ ବଢ଼ିଛି ମେରୁଦଣ୍ଡ ଜନିତ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 19, 2020

ଲକଡାଉନ୍ ପରେ ବଢ଼ିଛି ମେରୁଦଣ୍ଡ ଜନିତ ସମସ୍ୟା

ନୂଆଦିଲ୍ଲୀ: କରୋନା ମହାମାରୀ ଆସିବା ପରଠାରୁ ସମ୍ପୂର୍ଣ୍ଣ ଜୀବନଶୈଳୀ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣକୁ ରୋକିବାକୁ ଲକଡାଉନ ଚାଲିଥିବାବେଳେ ସମସ୍ତେ ଘର ଭିତରେ ରହୁଥିଲେ। ଘରୁ ବାହାରିବାକୁ କଡ଼ା କଟକଣା ଥିଲା। ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଥିବା ଲକଡାଉନ ଯୋଗୁ ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ମେରୁଦଣ୍ଡରେ ଗୁରୁତର ଖରାପ ପ୍ରଭାବ ପକାଇଥିବା ଜଣାପଡ଼ିଛି। ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଲକଡାଉନ ସମୟରେ ଦୀର୍ଘ ସମୟ ଧରି ଘରେ ବସି ରହିବା କାରଣରୁ ମେରୁଦଣ୍ଡ ଜନିତ ସମସ୍ୟା ବଢ଼ିଛି।

ଲୋକପ୍ରିୟ ସ୍ପାଇନ ସର୍ଜନ ତଥା ଅର୍ଥପେଡିକ କନସଲଣ୍ଟାଣ୍ଟ ସମୀର ସାଲଭିଙ୍କ ଅନୁସାରେ, ପୂର୍ବରୁ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରେ ଅଭ୍ୟସ୍ତ ଥିବାରୁ ହଠାତ ସମ୍ପୂର୍ଣ୍ଣ ପରିବର୍ତ୍ତିତ ଜୀବନଶୈଳୀ ଅନେକ କ୍ରୋନିକ୍ ଯନ୍ତ୍ରଣାକୁ ସାଂଘାତିକ ସ୍ତରରେ ପହଞ୍ଚାଇପାରେ। ମହାମାରୀ ଆସିବା ପରେ ଘରୁ ଅଫିସ୍ କାମ କରିବା ବା ଓ୍ୱାର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ ପ୍ରଚଳିତ ହୋଇଛି, ଯାହା ଅଣ୍ଟା ଏବଂ ବେକରେ ଯନ୍ତ୍ରଣାର ଅନ୍ୟତମ କାରଣ।

ସମୀରଙ୍କ ଅନୁସାରେ, କରୋନା ମହାମାରୀ ପ୍ରକୃତରେ ଲୋକଙ୍କ ଅଣ୍ଟା, ପିଠି, ବେକ ଯନ୍ତ୍ରଣା ବଢ଼ାଇ ଆଉ ଏକ ମହାମାରୀ ସୃଷ୍ଟି କରିଛି। କାମ କରିବାର ପରିବେଶ ନଥିବାରୁ ପେସାଦାରମାନେ ମନଇଚ୍ଛା ଢଙ୍ଗରେ ବସି ଘଣ୍ଟା ଘଣ୍ଟା ଲାପଟପ୍ ଧରି ଅଫିସ କାମ କରୁଛନ୍ତି। ଯେଉଁମାନଙ୍କୁ ପୂର୍ବରୁ ଲାପଟପ୍ ସାମ୍ନାରେ ବସି କାମ କରିବାକୁ ପଡ଼ୁଥିଲା। ସେମାନେ ଲକଡାଉନ ବେଳେ ଅଧିକ ଶିକାର ହେଲେ। ସଠିକ ଢ଼ଙ୍ଗରେ ନବସିବା ଯୋଗୁ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ପିଠି, ଅଣ୍ଟା ଯନ୍ତ୍ରଣା ବଢ଼ିଥିବା ଦେଖିବାକୁ ମିଳିଛି।

ସେହିପରି ଲକଡାଉନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ଏଣୁ ଅନଲାଇନ୍ ପାଠପଢ଼ା ଆରମ୍ଭ କରାଗଲା। ଫଳରେ ଠିଆ ହୋଇ ପିଲାଙ୍କୁ ପଢ଼ାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଲାପଟପ୍, ମୋବାଇଲ୍, ଟାବଲେଟ୍ ସାମ୍ନାରେ ବସି ଶିକ୍ଷାଦାନ କଲେ। ପିଲାମାନେ ମଧ୍ୟ କମ୍ପ୍ୟୁଟର ବା ମୋବାଇଲ ସ୍କ୍ରିନକୁ ଘଣ୍ଟା ଘଣ୍ଟା ଧରି ଅନାଇବସିବାକୁ ପଡ଼ିଲା। ଫଳରେ ଏମାନେ ମଧ୍ୟ ବେକ, ପିଠି ଓ ଅଣ୍ଟା ଯନ୍ତ୍ରଣା ଭୋଗିଲେ।

ଅନ୍ୟପଟେ ମହାମାରୀ ଯୋଗୁ ଘରୋଇ ସହାୟକ, ସହାୟିକାଙ୍କ ଆସିବା ବନ୍ଦ ହୋଇଗଲା। ଫଳରେ ଘର ଅତିରିକ୍ତ କାମ ମଧ୍ୟ ନିଜକୁ କରିବାକୁ ପଡ଼ିଲା, ଯେଉଁ ଅଭ୍ୟାସ ମହାମାରୀ ପୂର୍ବର ଜୀବନଶୈଳୀରେ ନ ଥିଲା। ହଠାତ୍ ଶରୀର ଉପରେ ଅତିରିକ୍ତ ଚାପ ପଡ଼ିବା ମଧ୍ୟ ପିଠି, ଅଣ୍ଟା ଯନ୍ତ୍ରଣାର ଅନ୍ୟତମ କାରଣ। ମାନସିକ ଚାପ, ଚିନ୍ତା ଏବଂ ଭୟ ମଧ୍ୟ ଏହା ପଛରେ ଏକ ପ୍ରମୁଖ କାରଣ, ଯାହା ଯନ୍ତ୍ରଣାକୁ ଗମ୍ଭୀର ପରିସ୍ଥିତିକୁ ମଧ୍ୟ ନେଇପାରେ ବୋଲି ଡା. ସମୀର କହିଛନ୍ତି।

ମେରୁଦଣ୍ଡ ଶରୀରର ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଗଠନ ଅଟେ। ଏହାର ଗଠନ ପ୍ରଣାଳୀ ଯୋଗୁ ଆମେ ଠିଆ ହୋଇପାରୁ, ବସି ପାରୁ, ନଇଁପାରୁ ତଥା ଶରୀରର ଅନ୍ୟାନ୍ୟ ଭଙ୍ଗି କରିବାରେ ସମର୍ଥ ହୋଇପାରୁ। ଦିନ, ରାତି ଏହା ଶରୀରର ଓଜନକୁ ସହ୍ୟ କରିଥାଏ। ଶରୀରର ପ୍ରତ୍ୟେକ ଅଙ୍ଗକୁ ଯାଇଥିବା ସୁଷୁମ୍ନାକାଣ୍ଡ ଏବଂ ସ୍ନାୟୁକୁ ସୁରକ୍ଷା ଦେବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏଣୁ ମେରୁଦଣ୍ଡରେ ଯନ୍ତ୍ରଣା ସହ ଆମେ କଦାଚିତ୍ ଏକ ସୁସ୍ଥ ଜୀବନ ବଞ୍ଚିପାରିବା ନାହିଁ।

ଯେପରି ସତର୍କତା ପାଇଁ କୁହାଯାଏ, ଆରୋଗ୍ୟ ଅପେକ୍ଷା ପ୍ରତିରୋଧ କରିବା ଭଲ। ସେହିପରି ଯଦି ଜଣେ ନିଜ ପିଠିର ଯତ୍ନ ନେବ, ତା’ହେଲେ କୌଣସି ଅତିରିକ୍ତ ଚାପ ପାଇଁ ପିଠି ଯନ୍ତ୍ରଣା ସାଂଘାତିକ ସ୍ଥିତି ସୃଷ୍ଟି କରିବାର ସମ୍ଭାବନା କମ୍। ଶରୀର ଭିତରେ ମେରୁଦଣ୍ଡ ହେଉଛି ସବୁଠାରୁ ଜଟିଳ ଯନ୍ତ୍ର। ଯେପରି ଦାମୀ ଗ୍ୟାଜେଟକୁ ଆପଣ ବିଶେଷ ଧ୍ୟାନର ସହ ବ୍ୟବହାର କରିଥାନ୍ତି, ସେହିପରି ମେରୁଦଣ୍ଡର ମଧ୍ୟ ସ୍ୱତନ୍ତ୍ର ଭାବେ ଯତ୍ନ ନେବା ଆବଶ୍ୟକ।

ମେରୁଦଣ୍ଡକୁ ମୁଖ୍ୟତଃ ବଳ ପିଠି ଓ ପେଟର ମାଂସପେଶୀରୁ ମିଳିଥାଏ। ଏଣୁ ଏହା ନରମ ତଥା ଶକ୍ତିଶାଳୀ ରହିବା ନିହାତି ଆବଶ୍ୟକ। ଏପରି କି ପିଠି ଓ ବେକ ପାଇଁ ପ୍ରତିଦିନ ମାତ୍ର 30ମିନିଟର ବ୍ୟାୟାମ ମଧ୍ୟ ଚମତ୍କାର କରିପାରେ। ଏଥିପାଇଁ ଆପଣ ଇଣ୍ଟରନେଟର ସହଯୋଗ ମଧ୍ୟ ନେଇପାରିବେ। ଏହାଛଡ଼ା ପାରମ୍ପରିକ ଯୋଗ ଆସନ ଦ୍ୱାରା ମଧ୍ୟ ପିଠି, ବେକ ଯନ୍ତ୍ରଣାର ସରଳ ସମାଧାନ ମିଳିପାରିବ।

 

The post ଲକଡାଉନ୍ ପରେ ବଢ଼ିଛି ମେରୁଦଣ୍ଡ ଜନିତ ସମସ୍ୟା appeared first on Odisha Reporter.



from Odisha Reporter https://ift.tt/37roj46

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages