ପ୍ରତିଦିନ ଚିକେନ୍ ଖାଇଲେ ଏହି ସବୁ ରୋଗର ଶିକାର ହୋଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 12, 2020

ପ୍ରତିଦିନ ଚିକେନ୍ ଖାଇଲେ ଏହି ସବୁ ରୋଗର ଶିକାର ହୋଇପାରନ୍ତି

ଅଧିକାଂଶ ଲୋକ ଖାଇବାରେ ଏବେ ଆମିଷ ପ୍ରତି ରୁଚି ରଖୁଛନ୍ତି। ଶରୀରରେ ପ୍ରୋଟିନ୍ ପାଇଁ ଆମିଷ ଉପାଦେୟ ହୋଇଥିବାରୁ ଅଧିକାଂଶ ଲୋକ ଖାଇବା ଥାଳିରେ ଚିକେନ୍, ମାଛ, ଚିଙ୍ଗୁଡ଼ି ରଖୁଛନ୍ତି। ଆମିଷ ଖାଦ୍ୟ ମଧ୍ୟରୁ ଚିକେନ୍ ବା ମାଂସ ହେଉଛି ସବୁଠାରୁ ଶସ୍ତା ଏବଂ ପ୍ରୋଟିନ୍ ପାଇଁ ଆବଶ୍ୟକ ବୋଲି କୁହାଯାଏ। ଚିକେନ୍ ଖାଇବା ପାଇଁ ଭିନ୍ନ ଭିନ୍ନ ଶୈଳୀରେ ମଧ୍ୟ ତିଆରି କରାଯାଏ ସ୍ୱାଦିଷ୍ଟ ପାଇଁ।

ସାଧାରଣତଃ ଶରୀରରେ ମାଂସପେଶୀ ତିଆରି କରିବା ପାଇଁ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। ଚିକେନରେ ଲିଉସିନ୍ ପ୍ରୋଟିନ୍ ଥାଏ ଯାହାକି ଏକ ପ୍ରକାର ଆମିନୋ ଏସିଡ୍, ଯାହା ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ତେଣୁ ଫିଟନେସ ରହିବା ପାଇଁ ଇଚ୍ଛୁକ ବ୍ୟକ୍ତି, ଜିମକୁ ଯାଉଥିବା ବ୍ୟକ୍ତି ଏବଂ ଶରୀରକୁ ତିଆରି କରିବା ପାଇଁ ଆଗ୍ରହ ରଖୁଥିବା ଅଧିକାଂଶ ବ୍ୟକ୍ତି ଚିକେନକୁ ନିଜ ପ୍ରତିଦିନ ଖାଇବା ଥାଳିରେ ରଖିବାକୁ ଚେଷ୍ଟା କରନ୍ତି। ହେଲେ ଏବେ ଜଣାପଡ଼ିଛି ଚିକେନ୍ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ପ୍ରତିଦିନ ଚିକେନ୍ ଖାଇବାକୁ ଇଚ୍ଛୁକ ରଖୁଥିବା ବ୍ୟକ୍ତିଙ୍କ ଶରୀର ହାନିକାରକ ହୋଇପାରେ। କାର୍ବୋହାଇଡ୍ରେଟ୍ ଅପେକ୍ଷା ପ୍ରୋଟିନ୍ ହଜମ କରିବାକୁ ଅଧିକ ସମୟ ନେଇଥାଏ, ଯେଉଁଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରନ୍ତି ନାହିଁ। ତେଣୁ ଓଜନ ହ୍ରାସ କରିବା ଆରମ୍ଭ ହୋଇଥାଏ।

ସେହିପରି ଆପଣ ଯଦି ପ୍ରତିଦିନ ଚିକେନ୍ ଖାଆନ୍ତି, ତେବେ ଶରୀରରେ ଅଧିକ ପ୍ରୋଟିନ୍ ହୋଇଥାଏ। ଅତିରିକ୍ତ ପ୍ରୋଟିନ୍ ଆପଣଙ୍କ ଶରୀରରେ ଜମା ହେବା ଆରମ୍ଭ କରେ। ଯେଉଁଥିପାଇଁ ଓଜନ ବଢ଼ିବା ଆରମ୍ଭ କରେ। ତେଣୁ, ଚିକେନ୍ ଖାଇବା ବେଳେ ଧ୍ୟାନରେ ରଖନ୍ତୁ। ଯେମିତି ଏହା ହାନିକାରକ ନହୁଏ।

ଚିକେନ୍‌ରେ ସୋଡିୟମର ପରିମାଣ ବହୁତ ଅଧିକ, ସେଥିପାଇଁ ଏହାକୁ ଅଧିକ ପରିମାଣରେ ଖାଇବା ଠିକ୍ ନୁହେଁ। ଯଦି ଆମେ ଅଧିକ ସୋଡିୟମ୍ ଖାଉଛୁ ତେବେ ଏହା ଆମ ଶରୀରରେ ରକ୍ତଚାପ ଉପରେ ପ୍ରଭାବ ପକାଇବ।

ଗବେଷଣାର ରିପୋର୍ଟ ଅନୁଯାୟୀ ପ୍ରତିଦିନ ଚିକେନ୍ ଖାଇବା ଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ।

ସେହିପରି ଅଧିକ ଚିକେନ୍ ଖାଇଲେ ପ୍ରୋଟିନ୍ ଅଧିକ ମିଳିଥାଏ। ତେଣୁ ଶରୀରରେ ଫାଇବର ପରିମାଣ କମିଯାଏ। ଯେଉଁଥିପାଇଁ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ। ତେଣୁ ଚିକେନ୍ ସହିତ ଖାଦ୍ୟରେ ଫାଇବର ଖାଇବା ଉଚିତ ଯେପରିକି ଗାଜର, ସାଲାଡ ଇତ୍ୟାଦି।

ଗବେଷଣା ରିପୋର୍ଟ ଅନୁଯାୟୀ, ପ୍ରତିଦିନ ଚିକେନ୍ ଖାଇବା ଦ୍ୱାରା କ୍ଷତିକାରକ ମେଲାନୋମା ଏବଂ ପ୍ରୋଟେଷ୍ଟାଣ୍ଟ କର୍କଟ ହେବାର ଆଶଙ୍କା ବଢ଼ିଥାଏ।

The post ପ୍ରତିଦିନ ଚିକେନ୍ ଖାଇଲେ ଏହି ସବୁ ରୋଗର ଶିକାର ହୋଇପାରନ୍ତି appeared first on Odisha Reporter.



from Odisha Reporter https://ift.tt/36WZNYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages