ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed ପରୀକ୍ଷାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 12, 2020

ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed ପରୀକ୍ଷାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed (Diploma in Elementary Education) ପରୀକ୍ଷାର୍ଥୀ । ସେମାନେ  ଡି.ଆ ଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ  । ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ  ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍‌ରେ  ପରୀକ୍ଷା  କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

କୋଭିଡ୍ ଗାଇଡ୍ ଲାଇନ୍ ପାଳନ ସହ ପରୀକ୍ଷା ଅନୁଷ୍ଠିତ ହେବ ।  ରାଜ୍ୟରେ ମୋଟ୍  ୮୦ ଟି ସେଣ୍ଟର ମଧ୍ୟରୁ ଛାତ୍ରଛାତ୍ରୀ ଯେଉଁଠି ପରୀକ୍ଷା ଦେବାକୁ ଚାହିଁବେ ସେଠି ଦେଇ ପାରିବେ । ନିଜେ ପଢୁଥିବା ସ୍କୁଲରେ ଆପ୍ଲିକେସନ ଦେଇ ପରୀକ୍ଷା ଦେବେ ।  ଏ ନେଇ ଖୁବ୍ ଶୀଘ୍ର  ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ  । କ୍ୟାମ୍ପସ କିମ୍ବା  ହଷ୍ଟେଲରେ ରହିବା ପାଇଁ ସୁବିଧା ଦିଆଯିବ । ଚଳିତଥର ୪୦ ନମ୍ବରରେ ପରୀକ୍ଷା କରାଯାଉଥିବାରୁ ଡମି ପ୍ରଶ୍ନପତ୍ର ଢାଞ୍ଚାରେ ପ୍ରଶ୍ନପାତ୍ର ଦିଅଯିବ ।

The post ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed ପରୀକ୍ଷାର୍ଥୀ appeared first on Odisha Reporter.



from Odisha Reporter https://ift.tt/2GLDA5c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages