ଜିତିଲା ଚେନ୍ନାଇ, ପ୍ଲେଅଫ୍‌କୁ ଗଲା ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ଜିତିଲା ଚେନ୍ନାଇ, ପ୍ଲେଅଫ୍‌କୁ ଗଲା ମୁମ୍ବାଇ

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗସ୍ ୬ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ମ୍ୟାଚ୍ ଜିତିକି ବି ଚେନ୍ନାଇକୁ କୌଣସି ଫାଇଦା ହୋଇନାହିଁ। କାରଣ ଚେନ୍ନାଇ ପୂର୍ବରୁ ହିଁ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି। ତେବେ ଚେନ୍ନାଇର ଏହି ବିଜୟର ଫାଇଦା ମିଳିଛି ରେକର୍ଡ ଚାରିଥର ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ। କାରଣ ଚେନ୍ନାଇ ମ୍ୟାଚ୍ ଜିତିବା ଦ୍ୱାରା ମୁମ୍ବାଇ ସିଜନର ପ୍ରଥମ ଟିମ୍ ଭାବେ ପ୍ଲେଅଫକୁ କ୍ୱାଲିଫାଏ କରିଛି।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୯ତମ ମୁକାବିଲାରେ କେକେଆର୍ ତା’ର ଓପ୍ନର ନୀତିଶ ରାଣା (୮୭)ଙ୍କ ଦମଦାର ଇନିଂସ୍ ବଳରେ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୨ ରନ୍ କରିଥିଲା। ଜବାବରେ ରବୀନ୍ଦ୍ର ଜାଡେଜା (୩୨*) ଅନ୍ତିମ ବଲରେ ଛକା ମାରି ଚେନ୍ନାଇକୁ ଚମତ୍କାର ବିଜୟ ଭେଟି ଦେଇଥିଲେ। ଜାଡେଜା ବ୍ୟତୀତ ଋତୁରାଜ ଗାଏକ୍ୱାଡ୍ ୭୨ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ। କୋଲକାତାର ଏହା ୧୩ତମ ମ୍ୟାଚରେ ସପ୍ତମ ପରାଜୟ ଏବଂ ଟିମ୍ ୧୨ ପଏଣ୍ଟ ସହ ଆଇପିଏଲ୍ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଚେନ୍ନାଇ ପଞ୍ଚମ ବିଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ସବୁଠାରୁ ତଳେ ଅର୍ଥାତ୍ ଅଷ୍ଟମ ସ୍ଥାନରେ ରହିଛି।

୧୭୩ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ଏକ ସମୟରେ ୧୧୮ ରନରେ ୧ ୱିକେଟ୍ ହରାଇ ନିଶ୍ଚିତ ବିଜୟଦ୍ୱାରରେ ପହଞ୍ଚିଥିଲା। କିନ୍ତୁ ଅମ୍ବାତି ରାୟୁଡୁଙ୍କ ଆଉଟ୍ ହେବା ପରେ ବାଜି ପଲଟିଯାଇଥିଲା। ରାୟୁଡୁ ମାତ୍ର ୨୦ ବଲରେ ୩୮ ରନର ଧୂଆଁଧାର ଇନିଂସ୍ ଖେଳିଥିଲେ। ତାଙ୍କ ପରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି (୧) ନିରାଶ କରିଥିବା ବେଳେ ଋତୁରାଜ ମଧ୍ୟ ଠିକଣା ସମୟରେ ନିଜ ୱିକେଟ୍‌ ଦେଇ ବସିଥିଲେ। ଯାହା ଫଳରେ ସହଜ ସ୍ଥିତିରେ ଥିବା ଚେନ୍ନାଇକୁ ମ୍ୟାଚ୍ ଜିତିବା ପାଇଁ କଷ୍ଟକର ହୋଇପଡ଼ିଥିଲା।

ଚେନ୍ନାଇକୁ ଶେଷ ଦୁଇ ଓଭରରେ ୩୦ ରନ୍ ଦରକାର ଥିଲା ବେଳେ ୧୯ତମ ଓଭରରେ ଲକି ଫର୍ଗୁସନ୍ ୨୦ ରନ୍ ବ୍ୟୟ କରିଥିଲେ। ଏହି ଓଭରରେ ଜାଡେଜା ଦମଦାର ବ୍ୟାଟିଂ କରି ଚେନ୍ନାଇକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ଶେଷ ଓଭରରେ ଦଳକୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଯୁବ ପେସର୍ କମଲେଶ ନାଗରକୋଟି ପ୍ରଥମ ୪ ବଲରେ ମାତ୍ର ୩ ରନ୍ ଦେଇଥିଲେ। କିନ୍ତୁ ଶେଷ ଦୁଇଟି ବଲରେ ଲଗାତର ଛକା ମାରି ଜାଡେଜା ଚେନ୍ନାଇକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ। ଜାଡେଜା ମାତ୍ର ୧୧ ବଲରେ ଦ୍ରୁତ ଅପରାଜିତ ୩୧ ରନ୍ କରିଥିଲେ, ଯେଉଁଥିରେ ୨ ଛକା ଓ ୩ ବିଶାଳ ଛକା ସାମିଲ୍‌ ଥିଲା। ତାଙ୍କ ସହ ସାମ୍ କୁରାନ୍ ୧୩ ରନ୍ କରି ଅପରାଜିତ ଥିଲେ।

 

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପକ୍ଷରୁ ନୀତୀଶ ସର୍ବାଧିକ ୮୭ (୬୧ ବଲ, ୧୦ ଚୌକା, ୪ ଛକା) ରନ୍ କରିଥିବା ବେଳେ ଶୁବମନ୍ ଗିଲ୍ ୨୬, ଇଅନ୍ ମୋର୍ଗାନ୍ ୧୫, ରିଙ୍କୁ ସିଂହ ୧୧ ଓ ଦିନେଶ କାର୍ତ୍ତିକ ଅପରାଜିତ ୨୧ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ୨ଟି ୱିକେଟ୍‌ ନେଇଥିଲେ।

The post ଜିତିଲା ଚେନ୍ନାଇ, ପ୍ଲେଅଫ୍‌କୁ ଗଲା ମୁମ୍ବାଇ appeared first on Odisha Reporter.



from Odisha Reporter https://ift.tt/31QC3lB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages