ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ୍ ବିତରଣ କମ୍ପାନୀର କ୍ଷମତା ବା ଶକ୍ତିରେ ଉନ୍ନତୀ ଆଣିବାକୁ ହେବ। ସ୍ମାର୍ଟ ପାୱାର ଇଣ୍ଡିଆ (SPI), ନୀତି ଆୟୋଗ ଏବଂ ରକଫେଲର୍ ଫାଉଣ୍ଡେସନ୍ ଦ୍ୱାରା ମିଳିତ ସର୍ଭେରୁ ଏହା ଜଣାପଡ଼ିଛି। କେବଳ ୫୫ ପ୍ରତିଶତ ଗ୍ରାହକ ସେମାନଙ୍କ ବିଦ୍ୟୁତ୍ ଯୋଗାଣର ଗୁଣବତ୍ତାରେ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି।
ବିତରଣ କ୍ଷମତା କହିଲେ ଭଲଟେଜକୁ ନେଇ ଏହି ସର୍ଭେ ହୋଇଥିଲା। ମୋଟ ଉପରେ ୬୩% ଗ୍ରାହକ ଗୋଟିଏ ସପ୍ତାହରେ ମାତ୍ର ଥରକୁ ଅଧିକ ଭୋଲଟେଜରେ ଅସ୍ଥିରତା ସର୍ଭେରୁ ଜଣାପଡ଼ିଛି। ଗତ ୧୦ ସପ୍ତାହରେ ୧୦% ରୁ ଅଧିକ ଥର ଭୋଲଟେଜରେ ଅସ୍ଥିରତା ଦେଖାଯାଇଥିବା ଜଣାପଡ଼ିଛି।
ଅସନ୍ତୁଷ୍ଟ ଗ୍ରାହକଙ୍କ ମଧ୍ୟରେ ୩୧ ପ୍ରତିଶତ ହାରାହାରି ବିଦ୍ୟୁତ କାଟ ଅବଧି ଦିନକୁ ଘଣ୍ଟାଏରୁ ଅଧିକ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି। ବାକି ୧୫ ପ୍ରତିଶତ ବିଦ୍ୟୁତ କାଟ୍ ନେଇ ମତ ରଖି ନାହାନ୍ତି। ସହରାଞ୍ଚଳର ୭୪ ପ୍ରତିଶତ ଗ୍ରାହକ ବିଦ୍ୟୁତ୍ ସେବା ନେଇ ସନ୍ତୁଷ୍ଟ ଥିବା ବେଳେ ଗ୍ରାମାଞ୍ଚଳରେ ୬୦ ପ୍ରତିଶତ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ୧୦ ଟି ରାଜ୍ୟରେ ୨୫ ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ଏହି ଲୋକମାନେ ବିଭିନ୍ନ ବର୍ଗର ଯଥା କୃଷି, ବ୍ୟବସାୟୀ ଇତ୍ୟାଦି।
ସ୍ମାର୍ଟ ପାୱାର ଇଣ୍ଡିଆର ସିଇଓ ଜୟଦୀପ ମୁଖାର୍ଜୀ କହିଛନ୍ତି ଯେ ବିଗତ ୨୦ ବର୍ଷ ମଧ୍ୟରେ ଭାରତ ବିଦ୍ୟୁତ୍ ସୁବିଧା ଯୋଗାଇବାରେ ସଫଳ ହୋଇଛି। ବିଗତ ୨୦ ବର୍ଷରେ ଦେଶରେ ଗ୍ରୀଡ୍ ସଂଯୋଗ ୫୯.୪ ପ୍ରତିଶତରୁ ୧୦୦ ପ୍ରତିଶତ ହୋଇଛି ବୋଲି ସେ କହିଛନ୍ତି।
The post ଦେଶରେ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଗୁଣବତ୍ତା ଆବଶ୍ୟକ: ସର୍ଭେ appeared first on Odisha Reporter.
from Odisha Reporter https://ift.tt/361CaMz
No comments:
Post a Comment