ଆବଶ୍ୟକ ସାମଗ୍ରୀ: ମଇଦା, ବେକିଂ ସୋଡ଼ା, ଦହି, ଘିଅ, ଚିନି ଓ ଖାଇବା ରଙ୍ଗ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦାକୁ ଅଟା ଚଲାରେ ଚଲେଇ ଦିଅନ୍ତୁ। ବର୍ତ୍ତମାନ ଏହି ଚଲା ମଇଦାରେ ଅଳ୍ପ ବେକିଂ ସୋଡ଼ା, ଦହି ଓ ଘିଅ ମିଶାଇ ଅଳ୍ପ ଉଷୁମ ପାଣି ଦେଇ ଦଳି ଦିଅନ୍ତୁ। ଏହାକୁ ୨୦କୁ ୨୫ ମିନିଟ୍ ଯାଏଁ ଏକ ଓଦା କପଡ଼ାରେ ଗୁଡ଼େଇ ରଖନ୍ତୁ। ଏହାପରେ ପୁଣି ଥରେ ହାଲ୍କା ଦଳି ଛୋଟ ଛୋଟ ଚେପଟା ଗୁଳା ପ୍ରସ୍ତୁତ କରନ୍ତୁ। ଏହି ଗୁଳାଗୁଡ଼ିକୁ ଉପରପଟୁ ଆଙ୍ଗୁଳିରେ କଣା କରିଦିଅନ୍ତୁ।
ଏବେ କଡ଼େଇରେ ଘିଅ ଗରମ କରି ଧିମା ଆଞ୍ଚରେ ଏହି ଗୁଳାଗୁଡ଼ିକୁ ହାଲକା ଲାଲ୍ କରି ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ଚିନି ଓ ପାଣିକୁ ଫୁଟାଇ ସିରା ପ୍ରସ୍ତୁତ କରନ୍ତୁ। ଗରମ ଗରମ ସିରାରେ ଛଣାଯାଇଥିବା ମଇଦା ଗୁଳାଗୁଡ଼ିକୁ ପକାଇ କିଛି ସମୟ ଛାଡ଼ିଦିଅନ୍ତୁ। ପାଖା ପାଖି ୧୦ ରୁ ୧୫ ମିନିଟ୍ ପରେ ଏଗୁଡ଼ିକୁ କାଢ଼ି ଥଣ୍ଡା ଓ ହାଲକା ଟାଣ ହେବାକୁ ଖୋଲା ରଖି ଦିଅନ୍ତୁ। ଶୁଖିଗଲା ପରେ ପ୍ରସ୍ତୁତ ହୋଇଯିବ ‘ବାଲୁଶାହି’। ଏହାକୁ ନବରାତ୍ରୀରେ ମା’ଙ୍କ ପାଖରେ ଭୋଗ ଲଗାଇପାରିବେ।
The post ନବରାତ୍ରୀରେ ଘରେ ପ୍ରସ୍ତୁତ କରନ୍ତୁ ‘ବାଲୁସାହି’ appeared first on Odisha Reporter.
from Odisha Reporter https://ift.tt/3dHkWHp
No comments:
Post a Comment