ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬,୭୯୦ ଜଣ ଚିହ୍ନଟ ହୋଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୯୭,୦୬୩ ରହିଛି। ବିଗତ ୯୦ ଦିନ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ କମ୍ ହୋଇଥିବା ଜଣାପଡ଼ିଛି। ଯାହାକି ଦେଶ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଏବେ ଦେଶରେ ମୋଟ୍ ୭,୪୮,୫୩୮ ଜଣ ଚିକିତ୍ସାଧୀନ ଥିବା ବେଳେ ୬୭,୩୩,୩୨୮ ଜଣ ଆରୋଗ୍ୟ ହୋଇଥିବା ବେଳେ ୧,୧୫,୧୯୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ‘ରବିବାର ସମ୍ୱାଦ’ କାର୍ଯ୍ୟକ୍ରମରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଦେଶରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି। ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବିଶେଷ ଭାବରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି। କିନ୍ତୁ ଏହା ଅଳ୍ପ ରାଜ୍ୟରେ ଓ କିଛି ଅଞ୍ଚଳରେ ସୀମିତ ରହିଛି ବୋଲି ସେ କହିଥିଲେ।
ଏବେ ଦେଶରେ କରୋନା ଆରୋଗ୍ୟ ହାର ୮୮.୨୬ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୫୨ ପ୍ରତିଶତ ରହିଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରହିଥିବା ସୂଚନା ରହିଛି।
କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି। ଯେଉଁଠି ଏବେ ୧୬,୦୧,୩୬୫ ଜଣ ସଂକ୍ରମିତ ହୋଇଛନ୍ତି। ୪୨,୨୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ ଦେଶରେ ୯,୬୧,୧୬,୭୭୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର କହିଛି।
The post ୯୦ ଦିନ ମଧ୍ୟରେ ପ୍ରଥମ ଥର ପାଇଁ କମିଛି କରୋନାର ଦୌରାତ୍ମ୍ୟ appeared first on Odisha Reporter.
from Odisha Reporter https://ift.tt/34cq2Z3
No comments:
Post a Comment