ଗୋଟିଏ ଗଲା, ଆସୁଛି ଆଉ ଏକ ଲଘୁଚାପ! ପ୍ରବଳ ବର୍ଷିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

ଗୋଟିଏ ଗଲା, ଆସୁଛି ଆଉ ଏକ ଲଘୁଚାପ! ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଲଘୁଚାପ ଗଲା। ଆଉ ଗୋଟିଏ ଲଘୁଚାପ ଆସୁଛି। ଆସନ୍ତା ୯ ତାରିଖରୁ ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ୨ରୁ ୩ ଦିନରେ ଏହା ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୧୧ରୁ ୧୩ ମଧ୍ୟରେ ବର୍ଷା ଲାଗି ରହିବ।

ସେପଟେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଭିଜୁଛି ଓଡ଼ିଶା। ଗତକାଲିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଏହାରି ପ୍ରଭାବ ଆସନ୍ତା ୫ ତାରିଖ ଯାଏ ଲାଗି ରହିବ। ସେଥିପାଇଁ ଆସନ୍ତାକାଲି ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହି ଜିଲ୍ଲାରେ ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି। ଆସନ୍ତା ୫ ତାରିଖ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

The post ଗୋଟିଏ ଗଲା, ଆସୁଛି ଆଉ ଏକ ଲଘୁଚାପ! ପ୍ରବଳ ବର୍ଷିବ appeared first on Odisha Reporter.



from Odisha Reporter https://ift.tt/33tp7n1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages