ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଆଜି ୩ ମାସ ମଧ୍ୟରେ ସବୁଠାରୁ କମ୍ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୫,୧୪୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ୪ ମାସ ମଧ୍ୟରେ ଆଜି ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ସବୁଠାରୁ କମ୍ ରହିଛି। ଗୋଟିଏ ଦିନରେ କରୋନା ୪୮୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୧୯,୦୧୪ରେ ପହଞ୍ଚି ଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରବିବାର ସାରା ଦେଶରେ ୪୫,୧୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୭୯,୦୯,୯୬୦ ଛୁଇଁଛି। ୨୪ ଘଣ୍ଟାରେ ୫୯,୧୦୫ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୧,୩୭,୨୨୯ ହୋଇଯାଇଛି।
୧୫ ଦିନ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଭାରତରେ ଆରୋଗ୍ୟ ହାର ୯୦% ଅତିକ୍ରମ କରିଯାଇଛି। ସେହିପରି ଆକ୍ଟିଭ କେସ୍ ସଂଖ୍ୟା ୬,୫୩,୭୧୭ ରହିଛି। ୨୪ ଘଣ୍ଟା ମଧ୍ୟରେ ଆକ୍ଟିଭ କେସ୍ରେ ୧୪,୪୩୭ ହ୍ରାସ ପାଇଛି।
ଅନ୍ୟପକ୍ଷରେ ଦେଶରେ ଏଯାଏ ୧୦,୩୪,୬୨,୭୭୮ଟି ନମୁନା ପରୀକ୍ଷା କରାଯାଇଛି। କେବଳ ଗତକାଲି ୯,୩୯,୩୦୯ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି।
The post ୩ ମାସ ମଧ୍ୟରେ ସବୁଠାରୁ କମ୍ ଦୈନିକ କରୋନା ସଂକ୍ରମିତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3kyeBku
No comments:
Post a Comment