ସ୍ୱାଭିମାନ ଅଞ୍ଚଳରୁ ବହୁ ମାରଣାସ୍ତ୍ର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ସ୍ୱାଭିମାନ ଅଞ୍ଚଳରୁ ବହୁ ମାରଣାସ୍ତ୍ର ଜବତ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସକୁ ମିଳିଛି ଆଉ ଏକ ବଡ ସଫଳତା। ସ୍ୱାଭିମାନ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ କରିବା ବେଳେ ଯବାନଙ୍କୁ ବହୁ ମାରଣାସ୍ତ୍ର ମିଳିଛି।

ମୁକୁଡ଼ପାଲ୍ଲୀ ଓ ଗୋରାସେତୁରେ ନକ୍ସଲଙ୍କ ଗତିବିଧି ଥିବା କୌଣସି ସୂତ୍ରରୁ ଖବର ପାଇ SOG  ଓ BSF  ଯବାନମାନେ ସର୍ଚ୍ଚ ଅପରେଶନ କରିବାକୁ ଯାଇଥିଲେ। ନକ୍ସଲମାନେ ଏ ସମ୍ପର୍କରେ ଜାଣିପାରି ମାଟିତଳେ ବିସ୍ଫୋରକ ଖଞ୍ଜି ଦେଇଥିଲେ। ଯବାନମାନେ ଜାଣିପାରି ମାଟି ଖୋଳି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ। ଏଥିସହ କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଇନ, ଗୋଟିଏ ଅକ୍ସିଜେନ ସିଲିଣ୍ଡର, ୮ଟି ଡିଟୋନେଟର, କଡେସ୍କ ତାର, ନକ୍ସଲ ପତ୍ରିକା ପରି ଅନେକ ସାମଗ୍ରୀ ଜବତ କରିଥିଲେ।

The post ସ୍ୱାଭିମାନ ଅଞ୍ଚଳରୁ ବହୁ ମାରଣାସ୍ତ୍ର ଜବତ appeared first on Odisha Reporter.



from Odisha Reporter https://ift.tt/3mqX91R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages