ଦୁବାଇ: ଚଳିତ ଆଇପିଏଲର ୪୪ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି)। ଏହି ମ୍ୟାଚରେ ଆରସିବି କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆରସିବି ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ବାମହାତୀ ପେସ୍ ବୋଲର ଇସୁରୁ ଉଡାନା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ମୋଇନ୍ ଅଲ୍ଲୀଙ୍କୁ ସୁଯୋଗ ମିଳିଛି। ସେହିପରି ଚେନ୍ନାଇ ଟିମରେ ଦୁଇଟି ପରିବର୍ତ୍ତନ ହୋଇଛି। ମିଚେଲ୍ ସାଣ୍ଟନର୍ ଓ ମୋନୁ କୁମାର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ଓ ଜୋଶ ହେଜଲଉଡ୍ ବାଦ୍ ପଡ଼ିଛନ୍ତି।
ଚଳିତ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୧ ମ୍ୟାଚରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ଚେନ୍ନାଇ ତା’ର ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା। ସେହିପରି ୭ ବିଜୟ ସହ ତୃତୀୟ ସ୍ଥାନରେ ଥିବା ଆରସିବି ତା’ର ଶେଷ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଥିଲା। ଆରସିବିର ପ୍ଲେଅଫ୍ ଯିବା ଏକପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ ଚେନ୍ନାଇ ସମ୍ମାନ ରକ୍ଷା ପାଇଁ ଖେଳିବ।
The post ଟସ୍ ଜିତି ଆରସିବିର ବ୍ୟାଟିଂ ନିଷ୍ପତ୍ତି appeared first on Odisha Reporter.
from Odisha Reporter https://ift.tt/2J7TaZL
No comments:
Post a Comment