ଖାଦ୍ୟ ପାଇଁ ଆସିଥିଲା, ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

ଖାଦ୍ୟ ପାଇଁ ଆସିଥିଲା, ଚାଲିଗଲା ଜୀବନ

ଅନୁଗୋଳ (ବିରଜା ଦାଶ): ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ନିଜ ସାଥୀଙ୍କ ସହିତ ଚାଲି ଆସିଥିଲା ଗୋଟିଏ ଦନ୍ତା ହାତୀ। ହେଲେ ଆଉ ଜଙ୍ଗଲକୁ ଫେରି ପାରିଲା। ହାତୀଟି ପୋଖରୀ ପାଖରେ ପଡ଼ି ମରିଗଲା। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ରେଞ୍ଜର କଦଳୀମୁଣ୍ଡା ଗାଁରେ ଘଟିଛି।

ଆଜି ସକାଳେ କଦଳୀମୁଣ୍ଡା ଗାଁ ନିକଟକୁ ଗୋଟିଏ ହାତୀ ପଲ ଆସିଥିଲା। ପରେ ହାତୀ ପଲ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। ତେବେ ସେମାନଙ୍କ ଭିତରୁ ଗୋଟିଏ ଦନ୍ତା ହାତୀଟି ଯାଇପାରିନଥିଲା। ଚାଳିପାରୁ ନଥିବାରୁ ହାତୀଟି ଗାଁ ନିକଟ ପୋଖରୀ ପାଖରେ ରହିଯାଇଥିଲା। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗର ଏକ ଟିମ ପ୍ରାଣୀ ଚିକିତ୍ସକଙ୍କ ସହ କଦଳୀମୁଣ୍ଡା ଗାଁରେ ପହଞ୍ଚିଥିଲା। ହାତୀ ଅସୁସ୍ଥତାର କାରଣ ଜାଣିବା ପାଇଁ ଉଦ୍ୟମ କରିବା ସହିତ ଖାଦ୍ୟ ଓ ପାନୀୟ ଯୋଗାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେହି ଅସୁସ୍ଥ ହାତୀର ମୃତ୍ୟୁ ହୋଇ ଯାଇଥିଲା।

ମୃତ ହାତୀର ବୟସ ୬ରୁ ୭ବର୍ଷ ହେବ। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ଅନୁସନ୍ଧାନରୁ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ବନବିଭାଗ ଅନୁମାନ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାମୁର ରେଞ୍ଜ ଅଫିସର କହିଛନ୍ତି।

The post ଖାଦ୍ୟ ପାଇଁ ଆସିଥିଲା, ଚାଲିଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/2HwgwHt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages