ଦୂରରେ ରହିବେ ଡାକ୍ତର, କରୋନା ରୋଗୀଙ୍କ ସେବା କରିବ ‘ମେଡ୍ ରୋବୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ଦୂରରେ ରହିବେ ଡାକ୍ତର, କରୋନା ରୋଗୀଙ୍କ ସେବା କରିବ ‘ମେଡ୍ ରୋବୋ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏଥିରେ ସଂକ୍ରମିତ ହୋଇଯାଉଛନ୍ତି। ଏପରିକି କରୋନା ପରି ମହାମାରୀ ସମୟରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା  ବହୁ  ଡାକ୍ତର  ଆଖି ମଧ୍ୟ ବୁଜି ଦେଉଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ନିଆରା ପ୍ରୟାସ ଆରମ୍ଭ କରିଛି ପୂର୍ବତଟ ରେଳପଥ।

କରୋନା ରୋଗୀ ସଂସ୍ପର୍ଶରେ ନ ଆସି ମଧ୍ୟ କିପରି ଡାକ୍ତର ଓ ନର୍ସ ସେମାନଙ୍କ ଉପଯୁକ୍ତ ଚିକିତ୍ସା କରିପାରିବେ ଓ ନିଜେ ସୁରକ୍ଷିତ ରହିପାରିବେ ସେଥିନିମନ୍ତେ ପୂର୍ବତଟ ରେଳପଥ ବାହାର କରିଛି ଏକ ନିଆରା ଉଦ୍ଭାବନ । ଏଣିକି ଡାକ୍ତର ଓ ନର୍ସଙ୍କୁ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାକୁ ପଡ଼ିବନି। ସାମାଜିକ ଦୂରତା ବଜାୟ ରହିବ,  କରୋନା ସଂକ୍ରମଣର ଆଶଙ୍କା ବି କମିଯିବ ।

ଏମିତି ଏକ ମହତ୍ ଉଦ୍ଦେଶ୍ୟ ନେଇ ପୂର୍ବତଟ ରେଳପଥ ବିକାଶ କରିଛି ‘ମେଡ୍ ରୋବୋ’ । କେବଳ ବିକାଶ କରିନି, ମଞ୍ଚେଶ୍ୱର ସେଣ୍ଟ୍ରାଲ ରେଲୱେ ହସ୍ପିଟାଲରେ କାମରେ ଲଗାଇ ସଫଳତା ବି ପାଇଛି ।

ମେଡ୍ ରୋବୋ ହେଉଛି ପୂର୍ବତଟ ରେଳପଥର ଇନ୍-ହାଉସ୍ ସୃଜନଶୀଳ ଉତ୍ପାଦ । କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଦେଶରେ ଡାକ୍ତର ଓ ନର୍ସଙ୍କ ସଂକ୍ରମଣ ମାମଲା ବଢ଼ିବା ପରେ ଏମିତି ଯୋଜନା ଉପରେ କାମ କରିଥିଲା ରେଳପଥ । ରେଳପଥର ଭାଇଜାଗ୍ ଡିଜେଲ ଲୋକୋ ସେଡ୍ ଏହାକୁ ବିକଶିତ କରିଛି।

ଏହି  ଆପ୍ ଦ୍ୱାରା ପରିଚାଳିତ ମେଡ୍ ରୋବୋ ମୋବାଇଲ କିମ୍ବା ଡେସ୍କଟପ୍‌ରୁ ମନିଟର ହୋଇପାରୁଛି। ୪୦ ଫୁଟ ଦୂରତାରୁ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କରୋନା ଯୋଦ୍ଧା ରିମୋଟ ଦ୍ୱାରା ଚଲାଇ ପାରୁଛନ୍ତି ଏ ରୋବୋକୁ । ଫଳରେ ସେମାନଙ୍କୁ ବାରମ୍ବାର ପିପିଇ କିଟ୍ ପିନ୍ଧି ରୋଗୀ ପାଖକୁ ଯିବାକୁ ପଡ଼ୁନି ।

ସ୍ପର୍ଶବିହୀନ ହ୍ୟାଣ୍ଡ ସାନିଟାଇଜ୍ ପାଇଁ ଏଥିରେ ଅଛି ଅଟୋମେଟେଡ୍ ହ୍ୟାଣ୍ଡ ସାନିଟାଇଜର ୟୁନିଟ୍ । ରୋଗୀ ଶରୀରର ତାପମାତ୍ରା ମାପିବାକୁ ଖଞ୍ଜାଯାଇଛି ସେନ୍ସର ଭିତ୍ତିକ ଥର୍ମାଲ ସ୍କାନର । ରୋଗୀର ମୋବାଇଲ, ଚଷମା, ପେପର ଆଦିକୁ ସାନିଟାଇଜ୍ କରୁଛି ଏହାର ୟୁଭିସି ସାନିଟାଇଜର ବକ୍ସ।

ରୋଗୀଙ୍କ ସହ ଡାକ୍ତର ଓ ନର୍ସଙ୍କ ଯୋଗାଯୋଗ ପାଇଁ ୩୬୦ ଡିଗ୍ରୀ ବୁଲିପାରୁଥିବା କ୍ୟାମେରା ଖଞ୍ଚାଯାଇଛି। ରୋଗୀଙ୍କ ନିକଟରେ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଲଗାଯାଇଛି ଦୁଇଟି ସ୍ୱତନ୍ତ୍ର ଷ୍ଟେନ୍ଲେସ୍ ଷ୍ଟିଲ ଟ୍ରେ। ସେନ୍ସର୍‌ଭିତ୍ତିକ ଥର୍ମାଲ ସ୍କ୍ରିନିଂ ଜରିଆରେ କରୋନା ରୋଗୀର ତାପମାତ୍ରା ମାପୁଛି ଏହି ରୋବୋ । ୧ କେଭି ଇନ୍‌ଭର୍ଟରେ  ଚାଲୁଥିବା ମେଡ୍ ରୋବୋ ଲଗାତର ୬ ଘଣ୍ଟା କାମ କରିପାରୁଛି ।

ମଞ୍ଚେଶ୍ୱର ସେଣ୍ଟ୍ରାଲ ରେଲୱେ ହସ୍ପିଟାଲରେ ନିୟୋଜିତ ହେବା ପୂର୍ବରୁ ମେଡ୍ ରୋବୋର ବାରମ୍ବାର ଟ୍ରାଏଲ ହୋଇଥିଲା । ମାତ୍ର ୪୧ ହଜାର ୮ ଶହ ଟଙ୍କାରେ ତିଆରି  ରୋବୋ କରୋନା ଲଢ଼େଇରେ ଡାକ୍ତର, ନର୍ସ ଭଳି କରୋନା ଯୋଦ୍ଧାଙ୍କ ସହ ନିଜକୁ ସାମିଲ କରିଛି। ରୋଗୀ ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟରେ ପାଚେରୀ ଭଳି ଛିଡ଼ା ହୋଇଛି। ଏହାର ସଫଳତାକୁ ଦେଖି ପୂର୍ବତଟ ରେଳପଥ ଖୁବ୍‌ଶୀଘ୍ର ଏହାକୁ ସମ୍ବଲପୁର ଓ ଖୋର୍ଦ୍ଧାସ୍ଥିତ ନିଜ ହସ୍ପିଟାଲରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

୪୦ ଫୁଟ ଦୂରତାରୁ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କରୋନା ଯୋଦ୍ଧା ରିମୋଟ ଦ୍ୱାରା ଚଲାଇ ପାରୁଛନ୍ତି ଏ ରୋବୋକୁ । ଫଳରେ ସେମାନଙ୍କୁ ବାରମ୍ବାର ପିପିଇ କିଟ୍ ପିନ୍ଧି ରୋଗୀ ପାଖକୁ ଯିବାକୁ ପଡ଼ୁନି । ମେଡ୍ ରୋବୋ ସେନ୍ସର୍‌ଭିତ୍ତିକ ଥର୍ମାଲ ସ୍କ୍ରିନିଂ ଜରିଆରେ କରୋନା ରୋଗୀର ତାପମାତ୍ରା ମାପୁଛି । ସେମାନଙ୍କ ପାଖକୁ ମେଡିସିନ୍ ଓ ଖାଇବା ଜିନିଷ ପହଞ୍ଚାଉଛି ।

 

The post ଦୂରରେ ରହିବେ ଡାକ୍ତର, କରୋନା ରୋଗୀଙ୍କ ସେବା କରିବ ‘ମେଡ୍ ରୋବୋ’ appeared first on Odisha Reporter.



from Odisha Reporter https://ift.tt/2SV1kWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages