ବଜ୍ରପାତରେ ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ବଜ୍ରପାତରେ ଚାଲିଗଲା ୨ ଜୀବନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ଲଗାଣ ବର୍ଷା ଲାଗି ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଆଜି ସକାଳୁ ବଜ୍ରପାତ ମାରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ  ଡିହଗାଁ ପଞ୍ଚାୟତ ଡିହଗାଁରେ ଜଣେ ମହିଳାଙ୍କ ସମେତ ୨ ଜଣ ଆଖି ବୁଜିଛନ୍ତି।  ମୃତକ ଦୁଇଜଣ   ଡିହଗାଁର  ଆଶାଲତା ସାହୁ  ଓ  ଉଦୟନାଥ ପ୍ରଧାନ ବୋଲି ଜଣାପଡିଛି l

ସୂଚନାଯୋଗ୍ୟ,  ଆଜି ସକାଳେ ବଜ୍ରପାତରେ ଡିହଗାଁର ଆଶାଲତା ଓ ଉଦୟନାଥ ବଜ୍ରପାତରେ ଗୁରୁତର  ହୋଇଥିଲେ।   ଉଭୟଙ୍କୁ ପରିବାର ଲୋକେ ତୁରନ୍ତ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l

The post ବଜ୍ରପାତରେ ଚାଲିଗଲା ୨ ଜୀବନ appeared first on Odisha Reporter.



from Odisha Reporter https://ift.tt/3k3mv5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages