ଭଦ୍ରକ(ଓଡ଼ିଶା ରିପୋର୍ଟର): ଜାଲରେ ଲାଗିଯାଇଥିଲା ୬ ଫୁଟର ନାଗ ସାପ। ଜାଲ କାଟି ନାଗସାପକୁ ଉଦ୍ଧାର କରିଛନ୍ତି ଗାଁ ଲୋକେ। ଏଭଳି ଦୃଶ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ରାଢୋ ଗାଁରେ ଦେଖିବାକୁ ମିଳିଛି।
ବିଲରେ ଗାଇଗୋରୁ ନପିଶିବା ଲାଗି ଚାଷୀ ଜାଲ ବାନ୍ଧିଥିଲେ। ହେଲେ ଖାଦ୍ୟ ଅନ୍ୱେଷଣରେ ନାଗସାପ ବିଲରେ ପଶିବା ବେଳେ ତାର ଜାଲରେ ଗୁଡ଼ାଇ ହୋଇଯାଇଥିଲା। ଗାଁ ଲୋକେ ତାର ଜାଲକୁ କାଟି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି।
The post ଜାଲରେ ଲାଗିଲା ୬ଫୁଟର ନାଗ ସାପ appeared first on Odisha Reporter.
from Odisha Reporter https://ift.tt/3kflE15
No comments:
Post a Comment