ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି। ତେବେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କର ଜାମିନ୍ ଆବେଦନ ଖାରଜ ହୋଇଛି। ଡ୍ରଗ୍ ପ୍ୟାଡଲର୍ ବାସିତ୍ ପରିହାରର ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।
ପାଖାପାଖି ମାସେ ଧରି ଜେଲରେ ବିତାଇଥିବା ରିୟା ତଳକୋର୍ଟରେ ଦୁଇଥର ଆବେଦନ ଖାରଜ ହେବା ପରେ ହାଇକୋର୍ଟରେ ଅପିଲ୍ କରିଥିଲେ। ଏବେ ଜାମିନ୍ ପାଇବା ପରେ ରିୟା ପାଖାପାଖି ମାସେ ପରେ ଜେଲରୁ ବାହାରିବେ। ଅନ୍ୟପକ୍ଷରେ ଡ୍ରଗ୍ସ ମାମଲାରେ ଦୀପେଶ ସାୱନ୍ତ ଓ ସାମୁଏଲ୍ ମିରାଣ୍ଡାଙ୍କୁ ଜାମିନ୍ ମିଳିଛି। ଜାମିନ ପାଇଥିଲେ ବି ରିୟା ୧୦ ଦିନ ଧରି ପୁଲିସ୍ ଷ୍ଟେସନରେ ହାଜିରା ଦେବେ। ରିୟାଙ୍କୁ ୧ ଲକ୍ଷ ଟଙ୍କା ଓ ପାସପୋର୍ଟ ଡିପୋଜିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ସେପ୍ଟେମ୍ବର ୨୯ ତାରିଖରେ ବମ୍ବେ ହାଇକୋର୍ଟ ସମସ୍ତଙ୍କ ଜାମିନ ଆବେଦନ ସୁରକ୍ଷିତ ରଖିଥିଲେ। ଡ୍ରଗ୍ସ ମାମଲା ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ୍ ବ୍ୟୁରୋ (ଏନସିବି) ସେପ୍ଟେମ୍ବର ୮ ତାରିଖରେ ରିୟାଙ୍କୁ ଗିରଫ କରିଥିଲା। ରିୟାଙ୍କ ବିରୋଧରେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବାର ଅଭିଯୋଗ ରହିଛି। ରିୟା ଓ ତାଙ୍କ ଭାଇ ସୌଭିକଙ୍କର ଅନେକ ଡ୍ରଗ୍ସ ପ୍ୟାଡଲରଙ୍କ ସହ ଚାଟ୍ ସାମ୍ନାକୁ ଆସିଥିଲା। ଯାହା ପରେ ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଏବଂ ଏକାଧିକ ବ୍ୟକ୍ତିଙ୍କୁ ଏନସିବି ଗିରଫ କରିଥିଲା।
The post ଜାମିନ୍ ପାଇଲେ ରିୟା, କେତେ ଦିନ ଜେଲରେ ରହିଲେ ? appeared first on Odisha Reporter.
from Odisha Reporter https://ift.tt/2GMcdHv
No comments:
Post a Comment