‘କରୋନା ମୃତ୍ୟୁହାର ପ୍ଲାଜମା ଥେରାପିରେ କମୁ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

‘କରୋନା ମୃତ୍ୟୁହାର ପ୍ଲାଜମା ଥେରାପିରେ କମୁ ନାହିଁ’

ନୂଆଦିଲ୍ଲୀ: କରୋନା ପାଇଁ ପ୍ଲାଜମା ଥେରାପି ସେତେଟା ସଫଳ ହୋଇପାରୁ ନାହିଁ। ଗୁରୁତର ଆକ୍ରାନ୍ତଙ୍କ ଶରୀରରେ ଏହି ପ୍ଲାଜମା ଚିକିତ୍ସା କାମ କରୁନି ବୋଲି ଜଣାପଡ଼ିଛିI ଆଇସିଏମଆର ପ୍ଲାଜମା ଥେରାପି ନେଇ ୪୬୪ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିଥିଲା। ଏଥିରେ ଦେଶର ୩୯ ହସ୍ପିଟାଲରେ ହୋଇଥିଲା ଏହି ପରୀକ୍ଷା ନିରୀକ୍ଷା। ମୋଟ୍ ୩୫୦ ଜଣ ଡାକ୍ତର ଏଥିରେ ଭାଗ ନେଇଥିଲେ। ତେବେ ଏହା ମଧ୍ୟମରୁ ଗୁରୁତର ରୋଗୀଙ୍କ ଦେହରେ କାମ କରୁନି ଓ ମୃତ୍ୟୁ ହାର ରୋକିପାରୁନି ବୋଲି ଆଇସିଏମଆର (ICMR) ଡିଜି ବଳରାମ ଭାର୍ଗଭ କହିଛନ୍ତି।

ଭାର୍ଗଭ କହିଛନ୍ତି, ‘ଆଇସିଏମଆର ସର୍ଭେ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ କୋଭିଡ୍ ଗୁରୁତର ମାମଲାରେ ମୃତ୍ୟୁହାରକୁ ଧରିବାରେ ପ୍ଲାଜମା ଥେରାପିର କୌଣସି ଲାଭ ମିଳୁନି। ତେଣୁ ଆମେ ଏବେ ସେରମ୍ ବିକଶିତ କରିଛୁ, ଯାହାର କ୍ଲିନିକାଲ ପରୀକ୍ଷା ପାଇଁ କ୍ଲିୟରାନ୍ସ ମିଳିଛି’।

କୋଭିଡ -୧୯ ଡ୍ୟୁଟିରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ୯୫ଟି ମାମଲାର ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ପାଇଁ ବୀମା ଦାବି କରାଯାଇଛି। ବିଭିନ୍ନ ରାଜ୍ୟରୁ ୭୯ଟି ଦାବି ହୋଇଛି ହେଲେ ଏପର୍ଯ୍ୟନ୍ତ ଦାବି ଗ୍ରହଣ କରାଯାଇ ନାହିଁ ବୋଲି ଭୂଷଣ କହିଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ଭାରତରେ ସକ୍ରିୟ କୋଭିଡ -୧୯ ମାମଲା ୧୦ଲକ୍ଷରୁ କମ୍ ଥିବାବେଳେ ଆରୋଗ୍ୟ ହାର ୮୪% ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କହିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଦି ଅନେକ ଆକ୍ରାନ୍ତ ମଧ୍ୟ ପ୍ଲାଜମା ଥେରାପି ଜରିଆରେ ଆରୋଗ୍ୟ ହୋଇଛନ୍ତି। କେରଳ ଏବଂ ଦିଲ୍ଲୀ ଏହି ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେବା ପରେ ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟ ଏହି ଚିକିତ୍ସାକୁ ଗୁରୁତର ଦେଉଛନ୍ତି।

The post ‘କରୋନା ମୃତ୍ୟୁହାର ପ୍ଲାଜମା ଥେରାପିରେ କମୁ ନାହିଁ’ appeared first on Odisha Reporter.



from Odisha Reporter https://ift.tt/3jCTZXz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages