ରେମଡେସିଭିର କରୋନା ମୃତ୍ୟୁହାର ରୋକିବାରେ ସହାୟକ ହେଉନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ରେମଡେସିଭିର କରୋନା ମୃତ୍ୟୁହାର ରୋକିବାରେ ସହାୟକ ହେଉନି

ୱାଶିଂଟନ: ଗିଲ୍ଡ ସାଇନ୍ସର ରେମଡେସିଭିର କରୋନା ରୋଗୀଙ୍କ ପାଇଁ ଫଳପ୍ରଦ ହେଉଥିବା ଏକାଧିକ ରାଷ୍ଟ୍ର ମତ ଦେଉଥିବା ବେଳେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ଉପରେ ବଡ଼ ବୟାନ ଦେଇଛି। ରେମଡେସିଭିର କରୋନା ରୋଗୀଙ୍କ ହସ୍ପିଟାଲ ରହଣୀ କିମ୍ବା ମୃତ୍ୟୁହାର କମ କରିବାରେ କୌଣସି ପ୍ରକାରର ସହାୟକ ହେଉନି। ଏହାର ପ୍ରଭାବ ବହୁତ କମ କିମ୍ବା କିଛି ନାହିଁ ବୋଲି କହିଲେ ଭୁଲ ହେବନାହିଁ ବୋଲି ହୁ’ ପକ୍ଷରୁ କୁହାଯାଇଛି। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ରେମଡେସିଭିର ମେଡିସିନ୍‌ ଖାଇବାକୁ ଦିଆଯାଇଥିଲା।

ଏବେ ହୁ’ କହିଛି କରୋନା ରୋଗୀଙ୍କ ଉପରେ ବିଭିନ୍ନ ଦେଶରେ ବ୍ୟବହୃତ ହେଉଥିବା ସମ୍ଭାବ୍ୟ ଔଷଧ ଉପରେ ପରୀକ୍ଷା କରାଯାଇଥିଲା। ୩୦ଟି ଦେଶରେ ୧୧,୨୬୬ ଜଣ ପ୍ରାପ୍ତ ବୟସ୍କଙ୍କୁ ରେମଡେସିଭିର, ହାଇଡ୍ରୋକ୍ସିକ୍ଲୋରୋକୁଇନ, ଆଣ୍ଟି ଏଚଆଇଭି ଔଷଧର କମ୍ବିନେସନ ଲୋପିନାଭିର/ରିଟୋନାଭିର ଦିଆଯାଇଥିଲା।

ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ମେଡିସିନ ଗୁଡ଼ିକ କରୋନା ରୋଗୀଙ୍କ ଉପରେ ବହୁତ କମ କିମ୍ବା ପ୍ରଭାବ ପକାଇ ପାରୁ ନଥିବା ଜଣାପଡ଼ିଛି। ମେଡିସିନ ଖାଇବା ପରେ ମଧ୍ୟ ଏହା ୨୮ ଦିନର ମୃତ୍ୟୁହାର କିମ୍ବା ଜଣେ ଆକ୍ରାନ୍ତଙ୍କ ହସ୍ପିଟାଲ ରହଣୀ ସମୟକୁ ହ୍ରାସ କରିପାରୁନାହିଁ ବୋଲି ହୁ’ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଗିଲ୍ଡ ପକ୍ଷରୁ ରେମଡେସିଭିରକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ରେମଡେସିଭିର ଖାଉଥିବା କରୋନା ଆକ୍ରାନ୍ତମାନେ ସାଧାରଣ ପ୍ଲେସୋବ ଖାଉଥିବା ଲୋକଙ୍କ ତୁଳନାରେ ୫ ଦିନ ପୂର୍ବରୁ ଭଲ ହୋଇଯାଉଛନ୍ତି। ୧୦୬୨ ଜଣଙ୍କ ଉପରେ ମେଡିସିନର ପରୀକ୍ଷା କରାଯିବା ପରେ ଗିଲ୍ଡ ଏଭଳି ତଥ୍ୟ ରଖିଥିଲା।

The post ରେମଡେସିଭିର କରୋନା ମୃତ୍ୟୁହାର ରୋକିବାରେ ସହାୟକ ହେଉନି appeared first on Odisha Reporter.



from Odisha Reporter https://ift.tt/343eKGx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages