ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ସାମିଲ ହେଲେ ୧୫ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ସାମିଲ ହେଲେ ୧୫ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।

ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଞ୍ଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଞ୍ଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ ଚାଲିଛି ।

ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ଥିବା କେସ୍ ଆଧାରରେ ଏହି ଚଢାଉ କରାଯାଉଛି । ଭିଜିଲାନ୍ସର ୧୫ଟି ଟିମ୍‌  ଏହି ରେଡ୍‌ରେ ସାମିଲ ହୋଇଛନ୍ତି । ତେବେ ଚଢାଉ ବେଳେ କେତେ ଆୟବହିର୍ଭୃତ ସଂପତ୍ତି ଜବତ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ ।

The post ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ସାମିଲ ହେଲେ ୧୫ ଟିମ୍‌ appeared first on Odisha Reporter.



from Odisha Reporter https://ift.tt/34erIRS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages