ମଦ୍ରାସା ଆତଙ୍କବାଦୀଙ୍କ କାରଖାନା କହି ଅଡୁଆରେ ଶିବରାଜ ସିଂହଙ୍କ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

ମଦ୍ରାସା ଆତଙ୍କବାଦୀଙ୍କ କାରଖାନା କହି ଅଡୁଆରେ ଶିବରାଜ ସିଂହଙ୍କ ମନ୍ତ୍ରୀ

ଇନ୍ଦୋର: ମଧ୍ୟପ୍ରଦେଶରେ ଉପନିର୍ବାଚନ ବେଳେ ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ କଂଗ୍ରେସ ନେତା କମଲନାଥ। ଏହି ସମୟରେ ବିଜେପିର ଇନ୍ଦୋର ବିଧାୟିକା ତଥା କ୍ୟାବିନେଟ୍ ମନ୍ତ୍ରୀ ଉଷା ଠାକୁର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସମସ୍ତ ଆତଙ୍କବାଦୀ ମଦ୍ରାସାରୁ ଆସିଛନ୍ତି ବୋଲି ସେ କହିଛନ୍ତି।

ଉଷା ଠାକୁର ଏବେ ମଧ୍ୟପ୍ରଦେଶର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ରହିଛନ୍ତି। ସେ କହିଛନ୍ତି, ମଦ୍ରାସା ଶିକ୍ଷା ଦେଶରେ କଟ୍ଟରପନ୍ଥୀ ଭାବନାକୁ ବଢ଼ାଉଛି। ଶିକ୍ଷାରେ ସମାନତା ରହିବା ଦରକାର। ତେଣୁ ସମସ୍ତ ଛାତ୍ରଛତ୍ରୀ ସମାନ ପାଠ ପଢ଼ିବା ଦରକାର ବୋଲି କହିଛନ୍ତି। ଯଦି ଦେଶବାସୀ ଏହାକୁ ଭଲ କରି ଦେଖିବେ ତାହେଲେ ମଦ୍ରାସାରୁ ହିଁ ଆତଙ୍କବାଦୀ ଅଧିକ ବାହାରୁଛନ୍ତି। ଜମ୍ମୁ କଶ୍ମୀରକୁ ସେମାନେ ଆତଙ୍କବାଦୀଙ୍କ କାରଖାନା କରିଛନ୍ତି ବୋଲି ସେ କହିଛନ୍ତି। ମଙ୍ଗଳବାର ପ୍ରେସ କନଫରେନସ କରି ଶିବରାଜ ସିଂହ ଚୌହ୍ୱାନଙ୍କ ଏହି ମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ନିକଟରେ ଆସାମର ବିଜେପି ସରକାର ମଦ୍ରାସା ଏବଂ ସଂସ୍କୃତ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ୱର ପାଖରୁ ଏହା ଲାଗୁ ହେବ। ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ, ରାଜ୍ୟ ସରକାର କୌଣସି ଧର୍ମରେ ପାଠ ପଢ଼ିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଠିକ୍ ନୁହେଁ। ଯଦି କୋରାନ୍ ପଢ଼ାଯିବ ତାହେଲେ ଗୀତା, ବାଇବେଲ୍ ମଧ୍ୟ ପଢ଼ାଯିବା ଦରକାର। ହେଲେ ରାଜ୍ୟ ସରକାର ସାର୍ବଭୌମତ୍ୱ ରକ୍ଷା କରିବା ଦରକାର। ତେଣୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଇ  ସଂସ୍କୃତ ସ୍କୁଲ୍ ଏବଂ ମଦ୍ରାସା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ।

ଏବେ ଏହି ମଦ୍ରାସା ଏବଂ ସଂସ୍କୃତ ସ୍କୁଲକୁ ସରକାରୀ ସ୍କୁଲରେ ପରିଣତ କରିବେ ରାଜ୍ୟ ସରକାର। ଏହି ସ୍କୁଲରେ ଥିବା ଶିକ୍ଷକ, ଶିକ୍ଷୟତ୍ରୀ ଅନ୍ୟ ସ୍କୁଲକୁ ମଧ୍ୟ ବଦଳି ହୋଇପାରିବେ। ହିମନ୍ତ ଶର୍ମା କହିଛନ୍ତି, ମଦ୍ରାସାରୁ ପାସ୍ ହେଉଥିବା ଛାତ୍ର, ଛାତ୍ରୀଙ୍କ ଦକ୍ଷତା ଅନ୍ୟ ସରକାରୀ ସ୍କୁଲର ଛାତ୍ର, ଛାତ୍ରୀଙ୍କ ତୁଳନାରେ କମ୍ ରହିଛି। ଏଭଳି ହେଲେ ସମସ୍ତଙ୍କ ଦକ୍ଷତା ବଢ଼ି ପାରିବ। ମଦ୍ରାସା ଯାଉଥିବା ଛାତ୍ର ଛାତ୍ରୀଙ୍କ ଦକ୍ଷତା ମଧ୍ୟ ବଢ଼ି ପାରିବ ବୋଲି ସେ ଦାବି କରିଛନ୍ତି। ଏଥିରେ ବିକାଶକୁ ଗୁରୁତ୍ୱକୁ ଦିଆଯାଇଛି ବୋଲି ସେ କହିଥିଲେ।

ଏହାପରେ ମଧ୍ୟପ୍ରଦେଶର ବିଜେପି ସରକାରର ମନ୍ତ୍ରୀ ଉଷା ଠାକୁର ମଦ୍ରାସା ଆତଙ୍କବାଦୀଙ୍କ କାରଖାନା ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରବାଦକୁ ଆଖି ଆଗରେ ରଖି ରାଜ୍ୟରେ ମଦ୍ରାସା ବନ୍ଦ ହେବା ଦରକାର ବୋଲି କହିଥିଲେ।

ମଧ୍ୟପ୍ରଦେଶରେ କମଲନାଥ ସରକାର ବେଳେ ବିଜେପିର ବିଚାରଧାରା ସଂଗଠନ ଆରଏସଏସକୁ ବନ୍ଦ କରାଯିବ ବୋଲି କୁହାଯାଇଥିଲା।

The post ମଦ୍ରାସା ଆତଙ୍କବାଦୀଙ୍କ କାରଖାନା କହି ଅଡୁଆରେ ଶିବରାଜ ସିଂହଙ୍କ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/31u8kid

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages