ଚାଇନାକୁ ଚ୍ୟାଲେଞ୍ଜ ଦେଉଛି ଉତ୍ତର ପ୍ରଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

ଚାଇନାକୁ ଚ୍ୟାଲେଞ୍ଜ ଦେଉଛି ଉତ୍ତର ପ୍ରଦେଶ

ଲକ୍ଷ୍ନୌ: ଭାରତ ସହିତ ଚାଇନାର ବିବାଦ ବଢ଼ିଛି। ହେଲେ ଚାଇନାକୁ ବୟକଟ କରି ଆଗକୁ ବଢ଼ି ହେବନି ବୋଲି ବିଭିନ୍ନ ବିଶେଷଜ୍ଞ ଦାବି କରନ୍ତି। ଏହାରି ଭିତରେ କିନ୍ତୁ ଚାଇନାର ସାମଗ୍ରୀକୁ ବୟକଟ କରିବା ପାଇଁ ଭାରତ ପ୍ରୟାସ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶରେ ଆତ୍ମନିର୍ଭରଶୀଳ ଭାରତ ଭଳି ଅଭିଯାନ ଆରମ୍ଭ ହୋଇଛି।

ହେଲେ ଏହାରି ଭିତରେ ଉତ୍ତର ପ୍ରଦେଶର ଏକ ସ୍ଥାନୀୟ ସାମଗ୍ରୀ ବଜାରରେ ନିଜର ସ୍ଥିତି ଜାହିର କରିବା ଆରମ୍ଭ କରିଛି। ‘ଲୋକାଲ୍ ଫର୍ ଭୋକାଲ୍’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’ ରାସ୍ତାରେ ୟୁପିର କିଛି ସାମଗ୍ରୀ ଚାଇନା ସାମଗ୍ରୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଗାମୀ ଦିନରେ ଚାଇନା ହାତରେ ଥିବା କିଛି ବଜାରକୁ ୟୁପି ଦଖଲ କରିବ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ବ୍ୟବସାୟୀମାନଙ୍କ ପାଇଁ  ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ସହିତ ଅର୍ଥନୀତିକ ପ୍ରଗତିର ଏକ ନୂଆ ରାସ୍ତା ଖୋଲିଛି। ୟୁପିର ଏହି ସାମଗ୍ରୀର ଚାହିଦା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବୃଦ୍ଧି ପାଉଛି।

ଦେଓରିଆ ଜିଲ୍ଲାର ପ୍ରାୟ ୧୫୦୦ ଲୋକଙ୍କ ବ୍ୟବସାୟ ନୂଆ ଗତି ଲାଭ କରିଛି। ଏହି ଉତ୍ପାଦଗୁଡିକ ଓଡିଓପି ଅଧୀନରେ ଏକ ଜାତୀୟ-ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଉପସ୍ଥାପିତ ହେବାର ସୁଯୋଗ ପାଇଛି।

ଦେଓରିଆ ଜିଲ୍ଲାର ଓଡିଓପି ଅଧୀନରେ ହଜାର ହଜାର ଲୋକ କାମ କରୁଛନ୍ତି। ଏଥି ମଧ୍ୟରେ ପୂଜା ଶାହି ଏବଂ ବିବେକ ସିଂ ରହିଛନ୍ତି। ୨୦୦୮ ରେ ତାଙ୍କ ମା ଏବଂ ମାଉସୀଙ୍କ ସହ ଏକ ଛୋଟ ହସ୍ତତନ୍ତ କାର୍ଯ୍ୟ ଆରମ୍ଭ କରିଥିବା ପୂଜା ଶାହି ବର୍ତ୍ତମାନ ପୂଜା ଶାହି ଏଣ୍ଟରପ୍ରାଇଜେସରେ ୪୦୦ ମହିଳାଙ୍କୁ ନିଯୁକ୍ତି ଦେଉଛନ୍ତି। ଓଡିଓପିରେ ଯୋଗଦେବା ପରେ ପାଞ୍ଚ ହଜାର ମହିଳା ତାଙ୍କ ସହ ସାମିଲ୍ ହୋଇଛନ୍ତି।

ଗତ ବର୍ଷ କୋଟିଏ ଟଙ୍କାର କାରବାର ହୋଇଥିବା ବେଳେ ଚଳିତ ବର୍ଷ ଏହା ଦେଢ଼ କୋଟିକୁ ବୃଦ୍ଧି ପାଉଛି। ଦେଓରିଆ ଉତ୍ପାଦଗୁଡିକ ବିହାର, ପଶ୍ଚିମବଙ୍ଗ, ଲକ୍ଷ୍ନୌ, ବାରାଣାସୀ, ଦିଲ୍ଲୀ ସମେତ ସିଙ୍ଗାପୁର ଏବଂ ଆମେରିକାକୁ ରପ୍ତାନୀ ହେଉଛି। ଓଡିଓପି ଆରମ୍ଭ ହେବା ପାଖରୁ ଏଯାବତ ୨.୫ କୋଟି ରାଜସ୍ୱ ଲାଭ କରିଥିବା ସୂଚନା ରହିଛି।

ପୂଜା କହିଛନ୍ତି ଯେ ୨୪ ଜାନୁୟାରୀ ୨୦୧୮ ରେ ଯେତେବେଳେ ରାଜ୍ୟ ସରକାର ଏହାକୁ ଓପିଡିପିରେ ଅନ୍ତର୍ଭୁକ୍ତ କରିଥିଲେ ସେତେବେଳେ ହସ୍ତତନ୍ତ କାର୍ଯ୍ୟକୁ ସ୍ୱୀକୃତି ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଓପି ଜରିଆରେ ସେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଥିଲେ। ଏହାପରେ ପ୍ରଥମେ ସେ ୫୦ଟି ସାମଗ୍ରୀ ତିଆରି କରୁଥିଲେ, ଏବେ ଦିନକୁ ତାଙ୍କ ଟିମ୍ ୫୦୦ଟି ସାମଗ୍ରୀ ତିଆରି କରୁଛନ୍ତି ବୋଲି କହିଛନ୍ତି।ଆମେରିକା, ଦୁବାଇ ସମେତ ଦେଶର ବିଭିନ୍ନ ରାଜ୍ୟରେ ସାଜସଜ୍ଜା ସାମଗ୍ରୀ, ପ୍ରତିରକ୍ଷା, ହସ୍ତତନ୍ତ, ଦୀପ, ମହମବତୀ ଭଳି ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଛି। ଓଡିଓପିର ଚାହିଦା ଏବଂ ଉତ୍ପାଦନରେ ୬୦ ରୁ ୮୦ ପ୍ରତିଶତ ବଢ଼ିଛି।

ସେହିପରି ଦେଓରିଆରର ବିବେକ ସିଂ କହିଛନ୍ତି ଯେ, ମୁଁ ଭିଏସ୍ ଏନର୍ଜି ଏଣ୍ଟରପ୍ରାଇଜେସ୍ ଠାରୁ ସଜବାଜ ହସ୍ତତନ୍ତ ଏବଂ ଲାଇଟ୍ ବ୍ୟବସାୟ କରେ। ନାଇଜେରିଆ, ଆଫଗାନିସ୍ତାନ, ଦୁବାଇ ସମେତ ବିଦେଶରେ ଆମ ଦ୍ୱାରା ପ୍ରସ୍ତୁତ ଝୁମର ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଛି। ଗୋଟିଏ ଛାତ ତଳେ ଚାରି ଶହରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ବୋଲି ସେ କହିଛନ୍ତି।

The post ଚାଇନାକୁ ଚ୍ୟାଲେଞ୍ଜ ଦେଉଛି ଉତ୍ତର ପ୍ରଦେଶ appeared first on Odisha Reporter.



from Odisha Reporter https://ift.tt/35EXtDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages