ଡଙ୍ଗା ବୁଡ଼ିବାର ୩ ଦିନ ପରେ ଜଳଭଣ୍ଡାରରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

ଡଙ୍ଗା ବୁଡ଼ିବାର ୩ ଦିନ ପରେ ଜଳଭଣ୍ଡାରରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ଲମତାପୁଟ(ଓଡ଼ିଶା ରିପୋର୍ଟର): ଜଳାପୁଟ ଜଳ ଭଣ୍ଡାର ପାର୍‌ ହୋଇ ୫ ସାଙ୍ଗ ଦଶହରା ଉତ୍ସାବ ଦେଖିବାକୁ ଯାଉଥିଲେ। ହେଲେ ଜଳ ଭଣ୍ଡାର ଭିତରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗା ଓଲଟିବାର ୩ ଦିନ ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଦଶହରା ଉତ୍ସବ ଦେଖିବା ପାଇଁ ରବିବାର ରାତିରେ ପାଡୁଆ ଗାଁର ୫ ଜଣ ଯୁବକ ଏକ କାଠ ଡଙ୍ଗାରେ ଜଳାପୁଟ୍‌ ଜଳ ଭଣ୍ଡାର ପାର ହୋଇ ଯାଉଥିଲେ। ତେବେ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଜଳ ଭାଣ୍ଡର ମଝିରେ ଡଙ୍ଗାଟି ଓଲଟି ପଡ଼ିଥିଲା। ସେମାନଙ୍କ ଭିତରୁ ୨ ଜଣ ଯୁବକ ପହଁରି ପହଁରି କୂଳକୁ ଆସିଥିଲେ। ମାତ୍ର ଅନ୍ୟ ୩ ଜଣ ଯୁବକ ନିଖୋଜ ହୋଇ ଯାଇଥିଲେ। ଏପରିକି କୂଅକୁ ଆସିଥିବା ଯୁବକମାନେ ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ କହିନଥିଲେ।

ଘଟଣା ଜଣାପଡ଼ିବା ପରେ ମଙ୍ଗଳବାରଠାରୁ କୋରାପୁଟ ଓଡ୍ରାଫ ଟିମ୍‌, ନନ୍ଦପୁର ଓ ସେମିଳିଗୁଡାର ଅଗ୍ନିଶମ କର୍ମଚାରୀମାନେ ଜଳ ଭଣ୍ଡାରରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆଜି ମନୋଜ ହାନ୍ତାଳ ଓ ପ୍ରଶାନ୍ତ ଖରାଙ୍କ ମୃତଦେହକୁ କୋରାପୁଟ ଓଡ୍ରାପ ଟମ୍‌ ଉଦ୍ଧାର କରିଛି। ହେଲେ ଏବେ ସୁଦ୍ଧା ପ୍ରଶାନ୍ତ ଖରା ନିଖୋଜ ଅଛନ୍ତି। ଏପଟେ ଦିନ ତମାମ ନନ୍ଦପୁର ତହସିଲଦାର, ଏସ୍‌ଡିପିଓ, ପାଡୁଆ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକକୁଳ ପରିବେଶ ସୃଷ୍ଟି ହୋଇଛି।

The post ଡଙ୍ଗା ବୁଡ଼ିବାର ୩ ଦିନ ପରେ ଜଳଭଣ୍ଡାରରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3e5fNcI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages