ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରି ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କର ଅକାଳ ବିୟୋଗ ହୋଇଛି। ରବିବାର ରାତିରେ ହସ୍ପିଟାଲରୁ ଡ୍ୟୁଟି ସାରି ଫେରୁଥିଲେ ଡାକ୍ତରାଣୀ ଶାନ୍ତିଲତା ଗିଡି। ତେବେ ଶେରଗଡ଼ ନିକଟରେ ବାଇକରେ ଫେରୁଥିବା ବେଳେ ଷଣ୍ଢଟିଏ ଆଗକୁ ପଳାଇ ଆସିବାରୁ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ମେଡିକାଲ ପଠାଯାଇଥିଲା। ତେବେ କଟକ ଯିବା ବାଟରେ ଶାନ୍ତିଲତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମରଶରୀରକୁ ନୀଳଗିରି ମେଡିକାଲକୁ ଅଣାଯାଇଥିବାବେଳେ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
The post ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/2TaqwsA
No comments:
Post a Comment