ନୂଆଦିଲ୍ଲୀ: ଦକ୍ଷିଣ ଉପକୂଳରେ ଲଘୁଚାପ ଘନିଭୂତ ହୋଇଛି। ଏହାର ପ୍ରଭାବରେ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ରାଜ୍ୟମାନଙ୍କରେ ଆଗାମୀ ୨୪-୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ପାଣିପାଗ ବିଭାଗ।
ଅଗଷ୍ଟ ମାସ ଆରମ୍ଭରୁ ଏଯାବତ ୯ଥର ପାଇଁ ସମୁଦ୍ର ଉପରେ ଏପରି ଲଘୁଚାପ ସୃଷ୍ଟି ହୋଇଥିବାର ପାଣିପାଗ ବିଭାଗ କହିଛି। ଶୁକ୍ରବାର ସୁଦ୍ଧା ଏହି ଲଘୁଚାପ ଘନିଭୂତ ହେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪-୪୮ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି।
ଭୁବନେଶ୍ୱରର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ୱାସ କହିଛନ୍ତି ଯେ ଉତ୍ତର ଆଣ୍ଡାମାନ ସାଗରରେ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏହା ଘନିଭୂତ ହେବାର ସମ୍ଭାବନା ଅଧିକ। ଏହା ପରେ ଅକ୍ଟୋବର ୧୧ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଲଘୁଚାପ ଘନିଭୂତ ହେବା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଯିବ ବୋଲି ଆଶା କରାଯାଉଛି।
ସେହିପରି ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ମୌସୁମୀ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ ବାତ୍ୟା ନେଇ ସୂଚନା ପ୍ରକାଶ କରିବ ବୋଲି ସେ କହିଛନ୍ତି। ଏହି ସମୟରେ ପବନର ବେଗ ୧୬୦ କିଲୋମିଟର ହେବାର ସମ୍ଭାବନା ରହିଛି।
The post ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା! appeared first on Odisha Reporter.
from Odisha Reporter https://ift.tt/36KZtft
No comments:
Post a Comment