ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ପ୍ରସଙ୍ଗ ଏବେ ରାଜନୀତିକ ପ୍ରସଙ୍ଗ ପାଲଟିଯାଇଛି। ଦଙ୍ଗା ଷଡ଼ଯନ୍ତ୍ର କରୁଥିବା ନେଇ କଂଗ୍ରେସ ନେତା ଶ୍ୟୋରାଜ ଜୀବନ ଷ୍ଟିଙ୍ଗ୍ ଅପରେସନରେ ଧରା ପଡିବା ପରେ ମତ ରଖିଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ତଥା ଆଇନଜୀବୀ ଅଭିଷେକ ମନୁ ସିଂଭି।
ଯୋଗୀ ସରକାର ଉପରେ ବର୍ଷିବାକୁ ଯାଇ କହିଛନ୍ତି, ସରକାର ଉପରକୁ ଉଠୁଥିବା ପ୍ରଶ୍ନର ଜବାବ ଦେଉ ନାହାନ୍ତି ସରକାର। ହେଲେ ସମସ୍ତେ ଏବେ ସରକାରଙ୍କ ଆଖିରେ ଷଡ଼ଯନ୍ତ୍ରକାରୀ ବୋଲି ସିଂଭି କହିଛନ୍ତି। ଦୋଷୀଙ୍କ ଘର ନୁହେଁ ବରଂ ପୀଡିତାଙ୍କ ଘରକୁ ଏବେ ପୁଲିସ ଘେରି ରହିଛି।
ଅଭିଷେକ ମନୁ କହିଛନ୍ତି ଯେ ପୀଡିତାଙ୍କ ପରିବାରକୁ କାହାକୁ ଭେଟିବାକୁ ଦିଆଯାଇନଥିଲା। ସମ୍ବିଧାନର ୧୯ ୧(D) ରେ, ଆମର ଯେକୌଣସି ସ୍ଥାନକୁ ଯାତ୍ରା କରିବାର ଅଧିକାର ଅଛି। ଯଦି କୌଣସି କାରଣ ଅଛି ତେବେ ଆପଣ ସେହି ଅଧିକାରକୁ ଗୋଟିଏ ଅବଧି ଭିତରେ ରଖିପାରିବେ। କିନ୍ତୁ ଆପଣ ଯିବା ଅଧିକାରକୁ ବାରଣ କରିଛନ୍ତି, ତାହା ମଧ୍ୟ ପୀଡିତାଙ୍କ ପରିବାର ଘରକୁ।
ହାଥରସ ମାମଲାରେ ସାମ୍ପ୍ରଦାୟିକ ଦଙ୍ଗାର ଷଡଯନ୍ତ୍ର ପାଇଁ ଶାସକ ଦଳ ବିଜେପିକୁ ସେ ପରୋକ୍ଷରେ ଦାୟୀ କରିଛନ୍ତି। ଏହି ସମସ୍ତ ଜିନିଷରେ, ଯେଉଁମାନଙ୍କର ପିଏଚଡି ଅଛି ସେମାନେ ଅନ୍ୟମାନଙ୍କୁ ଦାୟୀ କରୁଛନ୍ତି ବୋଲି ସେ କହିଛନ୍ତି। ଯେତେବେଳେ ଜଣେ ମହିଳାଙ୍କୁ ହତ୍ୟା କରାଯାଏ, ଦୁଷ୍କର୍ମ ଓ ଗୁରୁତର ଅଭିଯୋଗ ଆସିଥାଏ ଏବଂ ତାଙ୍କୁ ରାତି ରାତି ପୋଡି ଦିଆଯାଏ ସେତେବେଳେ ଏହି ସବୁ ଅଭିଯୋଗ ଆସେ ବୋଲି ସିଂଭି କହିଛନ୍ତି।
ଉତ୍ତରପ୍ରଦେଶ ସରକାରଙ୍କୁ ସେ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପାଇଁ ଷଡଯନ୍ତ୍ରକାରୀ। ଅଜଣା ବ୍ୟକ୍ତିଙ୍କ ବିରୋଧରେ ୨୧ଟି ଏଫ୍ଆଇଆର୍ ରୁଜୁ ହୋଇଛି। ହେଲେ ଏହି ସଂଖ୍ୟା ଏବେ ୨୫-୩୦ରେ ପହଞ୍ଚିଥାଇପାରେ। ହେଲେ ଯେଉଁମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି ସେମାନଙ୍କ ବିରୋଧରେ ମାତ୍ର ଦୁଇ-ଚାରିଟି ଏଫ୍ଆଇଆର୍ ରହିଛି ବୋଲି ସେ କହିଛନ୍ତି। ଅଭିଷେକ ମନୁ କହିଛନ୍ତି ଯେ ଅନ୍ୟକୁ ଦୋଷ ଦେବା ବନ୍ଦ କର। ନିଜକୁ ଦେଖ।
ତେବେ ଷ୍ଟିଙ୍ଗ ଅପରେସନରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ନେତାଙ୍କ ବାବଦରେ କିଛି କହିନଥିଲେ ଅଭିଷେକ। ଏବେ ଶ୍ୟୋରାଜ ଜୀବନଙ୍କ ନାମରେ ପୁଲିସ ଦୁଇଟି ଏଫଆଇଆର ରୁଜୁ କରିବା ସହିତ ସମନ କରିଛି।
The post ନିଜ ଉପରକୁ ଅଙ୍ଗୁଳି ଉଠିଲେ ସମସ୍ତେ ଷଡ଼ଯନ୍ତ୍ରକାରୀ: କଂଗ୍ରେସ appeared first on Odisha Reporter.
from Odisha Reporter https://ift.tt/30K07Wu
No comments:
Post a Comment