ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି; ସୁଧ ଉପରେ ପଡ଼ିବନି ସୁଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି; ସୁଧ ଉପରେ ପଡ଼ିବନି ସୁଧ

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ମିଳିଛି ବଡ଼ ଧରଣର ଆଶ୍ୱସ୍ତି । ସୁଧ ଉପରେ ଆଉ ସୁଧ ପଡ଼ିବ ନାହିଁ।  ୨ କୋଟି ଟଙ୍କାର ଋଣ ଯାଏ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ନିଜେ ଏହି ସୁଧର ଆର୍ଥିକ ବୋଝ ବୋହିବେ  । ସମସ୍ତ ପ୍ରକାର MSME, ଶିକ୍ଷାଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ ପ୍ରତି ଏହା ଲାଗୁ ହେବ।

କରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ଆଗରୁ କିସ୍ତି ସୁଝିବାର ସମୟ ୬ ମାସ ଘୁଞ୍ଚାଇ ଦିଆଯାଇଥିଲା । ଅର୍ଥାତ ୬ ମାସ ଯାଏ କିସ୍ତି ନ ଦେଲେ ମଧ୍ୟ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ କି ତାକୁ NPA ଘୋଷଣା କରାଯିବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ କିସ୍ତି ଘୁଞ୍ଚିଥିଲେ ମଧ୍ୟ ସୁଧ ଉପରେ ସୁଧ ପଡ଼ୁଥିଲା । ଏହା ଦ୍ୱାରା ଗ୍ରାହକଙ୍କ ପ୍ରକୃତରେ କିଛି ଫାଇଦା ମିଳୁନଥିଲା । ସେମାନଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡୁଥିଲା ।

ଏହାକୁ ବିରୋଧ କରି ଚାରି ଆଡୁ ଦାବି ହେବା ପରେ ଓ ଏକ କମିଟି ସୁପାରିଶ କରିବା ପରେ ଶେଷରେ ସୁଧ ଉପରେ ସୁଧ ନ ନେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର ।  କେନ୍ଦ୍ର ସରକାର ନିଜେ ଏହି ସୁଧର ଆର୍ଥିକ ବୋଝ ବୋହିବେ  । ଏଥିପାଇଁ ସଂସଦର ଅନୁମତି ଲୋଡ଼ାଯିବ ବୋଲି କୁହାଯାଇଛି।

ସବୁ କ୍ଷେତ୍ରରେ କିନ୍ତୁ ଏହି ସୁଧ ଛାଡ଼ ଲାଗୁ କଲେ ପ୍ରାୟ ୬ ଲକ୍ଷ କୋଟିର ଅତିରିକ୍ତ ବୋଝ ପଡ଼ିଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ବ୍ୟାଙ୍କ ତିଷ୍ଠିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଯିବ। ତେଣୁ ଦେଶ କରୋନା ମହାମାରୀ ପରି ବିପତ୍ତିର ସମ୍ମୁଖୀନ ହେଉଥିବା ବେଳେ MSME, ଶିକ୍ଷାଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ କ୍ଷେତ୍ରରେ ଏହି ସୁଧ ଛାଡ଼ ଲାଗୁ କରାଯାଇଛି।

 

The post ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି; ସୁଧ ଉପରେ ପଡ଼ିବନି ସୁଧ appeared first on Odisha Reporter.



from Odisha Reporter https://ift.tt/34hZF32

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages