ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଅଟଳ ଟନେଲ୍ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିମାଚଳ ପ୍ରଦେଶ ରୋହତାଙ୍ଗରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସିଡିଏସ ବିପିନ ରାଓ୍ୱତ୍, ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନର୍ଭାଣେ ଯୋଗଦେଇଛନ୍ତି।
୯ କିମି ଲମ୍ବ ବିଶିଷ୍ଟ ଅଟଲ ଟନେଲ୍ ହେଉଛି ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇେଓ୍ୱ ଟନେଲ୍, ଯାହା ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି। ଟନେଲ୍ ନିର୍ମାଣ ଦ୍ୱାରା ମନାଲିରୁ ଲେହ ୪୬ କିମି ଦୂରତା କମିଯାଇଛି।
ତୁଷାରପାତ ଯୋଗୁଁ ୬ ମାସ ବନ୍ଦ ରହୁଥିବା ମନାଲିରୁ ଲେହକୁ ଯାତ୍ରା ଉପରୁ ଏଣିକି ପ୍ରତିବନ୍ଧକ ଟଳିଲା। ଟନେଲ୍ ନିର୍ମାଣ ଯୋଗୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହେବ। ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।
#WATCH Prime Minister Narendra Modi inaugurates 9.02 km long Atal Tunnel that connects Manali to Lahaul-Spiti valley #HimachalPradesh pic.twitter.com/zAjGQj1sHH
— ANI (@ANI) October 3, 2020
ସୂଚନ ଯେ, ୨୦୧୦ ଜୁନ୍ ୨୮ରୁ ଅଟଳ ଟନେଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
The post ଅଟଳ ଟନେଲ୍ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/34p3iE6
No comments:
Post a Comment