ଅଭିଯୁକ୍ତ ମହିଳାଙ୍କୁ ପୁଲିସର ଗଣଦୁଷ୍କର୍ମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 19, 2020

ଅଭିଯୁକ୍ତ ମହିଳାଙ୍କୁ ପୁଲିସର ଗଣଦୁଷ୍କର୍ମ!

ଭୋପାଲ୍: ଦିନକୁ ଦିନ ନାରୀ ନିର୍ଯ୍ୟାତନା ଘଟଣା ବଢ଼ି ବଢ଼ି ଚାଲିଛି। ମଧ୍ୟପ୍ରଦେଶର ରେଓ୍ୱା ଜିଲ୍ଲାରୁ ପୁଣି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ୧୦ ଦିନ ଧରି ପୁଲିସ କର୍ମୀମାନଙ୍କ ଦ୍ୱାରା ୨୦ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ପୀଡ଼ିତା ଜଣକ ଜେଲ ଦଣ୍ଡ ଭୋଗୁଛନ୍ତି। ଲକ୍ ଅପରେ ଥିବା ବେଳେ ଏସ୍.ଆଇଙ୍କ ସମେତ ୫ଜଣ ପୁଲିସ କର୍ମୀ ତାଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅକ୍ଟୋବର ୧୦ରେ ଯେତେବେଳେ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ଓକିଲ ଜେଲକୁ ଯାଞ୍ଚ କରିବାକୁ ଯାଇଥିଲେ, ସେତେବେଳେ ଘଟଣାଟି ପ୍ରଘଟ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ପୀଡ଼ିତା ଜଣକ ଅତିରିକ୍ତ ଜିଲ୍ଲା ଜଜଙ୍କ ନିକଟରେ ପୁଲିସ କର୍ମୀମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଏହା ପରେ ଜଜ୍ ମାମଲାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଜଜଙ୍କ ନିକଟରେ ଯୁବତୀ ଜଣକ କହିଥିଲେ ସେ ପାଞ୍ଚ ଜଣ ପୁଲିସ କର୍ମୀଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ମେ’ ୯ରୁ ମେ’ ୨୧ ପର୍ଯ୍ୟନ୍ତ ୧୦ ଦିନ ଧରି ଥାନାରେ ପୁଲିସ କର୍ମୀମାନେ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏ ନେଇ ଜେଲ୍ ଓ୍ୱାର୍ଡନଙ୍କୁ ସେ ତିନି ମାସ ପୂର୍ବରୁ ଜଣାଇଥିଲେ। ତେବେ ଜେଲ୍ ଓ୍ୱାର୍ଡନ ମଧ୍ୟ ଏବାବଦରେ ଅବଗତ ଥିଲା ମହିଳାଙ୍କ ଓକିଲ କହିଛନ୍ତି। ଅନ୍ୟପଟେ ମେ’ ୨୧ରେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ପୁଲିସ କହିଛି।

The post ଅଭିଯୁକ୍ତ ମହିଳାଙ୍କୁ ପୁଲିସର ଗଣଦୁଷ୍କର୍ମ! appeared first on Odisha Reporter.



from Odisha Reporter https://ift.tt/3ka49iI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages