ଦିଲ୍ଲୀକୁ ଦାବିଲା ମୁମ୍ବାଇ, ଶୀର୍ଷରେ ରୋହିତ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 11, 2020

ଦିଲ୍ଲୀକୁ ଦାବିଲା ମୁମ୍ବାଇ, ଶୀର୍ଷରେ ରୋହିତ ବାହିନୀ

ଅବୁଧାବି: ଯୁବ ବାହିନୀର ଦମରେ ପୁଣି ବାଜିମାତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସୂର୍ଯ୍ୟ କୁମାର ଯାଦବ ଓ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ ଏବଂ ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ପୁଣିଥରେ ଟେବୁଲ ଶୀର୍ଷକୁ ଫେରିଛି। ମୁମ୍ବାଇ ଏଯାଏ ୭ଟି ମ୍ୟାଚ୍‌ ଖେଳି ୫ଟିରେ ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଦିଲ୍ଲୀ ମଧ୍ୟ ସମାନ ସଂଖ୍ୟକ ମ୍ୟ୍ୟାଚ୍‌ରେ ୫ଟି ବିଜୟ ଓ ୨ଟି ପରାଜୟ ବରଣ କରିଛି। ତେବେ ନେଟ୍‌ ରନ୍‌ ରେଟ୍‌ ଆଧାରରେ ମୁମ୍ବାଇ ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି।

ଗତକାଲି ରାତିରେ ଅବୁଧାବିରେ ଖେଳା ଯାଉଥିବା ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍‌ରେ ୧୬୨ ରନ୍‌ କରିଥିଲା। ଏହାର ଜବାବରେ ମୁମ୍ବାଇ ୨ଟି ବଲ ପୂର୍ବରୁ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ମୁମ୍ବାଇ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା(୫)ଙ୍କୁ ହରାଇଥିଲା। ତେବେ ଦ୍ୱିତୀୟ ୱିକେଟ ପାଇଁ ଡି’କକ ଓ ସୂର୍ଯ୍ୟ କୁମାର ଯାଦବ ୪୬ ରନ୍‌ ଭାଗିଦାରୀ କରିଥିଲେ।

ଏଥିସହ ଡି’କକ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୩ ରନ୍‌ କରିଥିବା ବେଳେ ରବି ଅଶ୍ୱିନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ସୂର୍ଯ୍ୟ କୁମାର ଯାଦବ(୫୩) ଓ ଇଶାନ ଦମଦାର ବ୍ୟାଟିଂ କରିଥିଲେ। ସୂର୍ଯ୍ୟ କୁମାର ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ଖାତା ଖୋଲି ପାରି ନଥିଲେ।

ଇଶାନ କିଶନ କିନ୍ତୁ ୧୫ ବଲରେ ବିସ୍ଫୋରକ ୨୮ ରନ୍‌ କରି ମୁମ୍ବାଇ ପଞ୍ଝାକୁ ମ୍ୟାଚ୍‌ ଆଣି ଦେଇଥିଲେ। ଶେଷରେ ପୋର୍ଲାଡ(୧୧) ଓ କୃନାଲ ପଣ୍ଡ୍ୟା(୧୨) ମୁମ୍ବାଇ ୨ଟି ବଲ ପୂର୍ବରୁ ବିଜୟୀ କରାଇଥିଲେ।

ଏହାପୂର୍ବରୁ ଶିଖର ଧୱନଙ୍କ ଅପରାଜିତ ୬୯ ଓ ଶ୍ରେୟସ ଆୟରଙ୍କ ୪୨ ରନ୍‌ ବଳରେ ଦିଲ୍ଲୀ ୧୬୨ ରନ୍‌ କରିଥିଲା।

The post ଦିଲ୍ଲୀକୁ ଦାବିଲା ମୁମ୍ବାଇ, ଶୀର୍ଷରେ ରୋହିତ ବାହିନୀ appeared first on Odisha Reporter.



from Odisha Reporter https://ift.tt/2FjfOfU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages