ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା, କରୋନା ପଜିଟିଭଙ୍କୁ ବି ମିଳିଛି ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 11, 2020

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା, କରୋନା ପଜିଟିଭଙ୍କୁ ବି ମିଳିଛି ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।  କରୋନା ମହାମାରୀ ସମୟରେ ହେଉଥିବା ଏହି ପରୀକ୍ଷାରେ କରୋନା ସଂକ୍ରମିତ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ଥର ପାଇଁ ଆଜିଠୂ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।  ସକାଳ ୧୦ଟାରୁ ୩ ସିଫ୍ଟରେ ପରୀକ୍ଷା ହେବ । କରୋନା କଟକଣା ଅନୁଯାୟୀ ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ  । କରୋନା ପଜିଟିଭ୍  ଛାତ୍ରଛାତ୍ରୀଙ୍କୁ  ପରୀକ୍ଷା ନିମନ୍ତେ ଅନୁମତି ମିଳିଥିବା ବେଳେ  ସେମାନଙ୍କ ପାଇଁ ସ୍ୱତନ୍ତ୍ର isolation ରୁମ୍‌ ବ୍ୟବସ୍ଥା କରାଯାଇଛି ।

ଚଳିତ ଥର ୮୩ଟି ଷ୍ଟ୍ରିମ୍‌ରେ ନାମଲେଖା ହେଉଛି । ୧୦୦ ରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଏବଂ ୩୦ ମାର୍କ କ୍ୟାରିଅର୍ କୁ ନେଇ ସିଲେକ୍ସନ କରାଯିବ । ଏହାପରେ ନଭେମ୍ବର ୭ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ଚଳିତ ବର୍ଷ  ୬୨,୨୦୦ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୪ ହଜାର ୭୦୦ ପିଜି ସିଟ୍ ରହିଛି ।

ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

The post ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା, କରୋନା ପଜିଟିଭଙ୍କୁ ବି ମିଳିଛି ଅନୁମତି appeared first on Odisha Reporter.



from Odisha Reporter https://ift.tt/378SOMr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages