ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବାଲେଶ୍ୱରରେ ରାଜନୀତି ସରଗରମ ହେବାରେ ଲାଗିଛି। ବାଲେଶ୍ୱର ରୁପ୍ସାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେଡି ଉପରେ ଗର୍ଜିଛନ୍ତି।
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ପ୍ରଜାତନ୍ତ୍ରରେ ଅହଙ୍କାରର ସ୍ଥାନ ନାହିଁ, ଅହଙ୍କାରୀଙ୍କର ସଦବୁଦ୍ଧି ହେଉ। ଏଠି ଆଲୋଚନା ହେଉଛି ହେଲେ ବିଜେଡି ବାଲାଏ କାରବାର ଆରମ୍ଭ କଲେଣି। ସ୍ୱୟଂ ସହାୟିକା ଭଉଣୀମାନଙ୍କୁ ମୁଣ୍ଡପିଛା ୨ଶହ ଟଙ୍କା ଦେଉଥିବା ଆଲୋଚନା ହେଉଛି। ଯଦି ଲୋକଙ୍କୁ ଦେବା କଥା, କରୋନା ବେଳେ କାହିଁକି ଦେଲ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ଧର୍ମେନ୍ଦ୍ର।
ଏଥିସହ ଧର୍ମେନ୍ଦ୍ର କହିଛନ୍ତି, ବାଲେଶ୍ୱରର ବିକାଶ ପାଇଁ ମୋଦି ପ୍ରାୟ ୧ ହଜାର କୋଟି ଦେଇଛନ୍ତି। ମୋଦି ଟଙ୍କା ଦେଉଛନ୍ତି ହେଲେ କାମ ହେଉନି। ଫଳରେ ଏଠିକା ଯୁବକ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି।
ଶାସକ ଦଳର ମୁଖିଆମାନେ ଦୁର୍ନୀତି କରିବାକୁ ଘାଇ ତିଆରି କଲେ। ଘାଇ ମନୁଷ୍ୟକୃତ ବୋଲି ଖୋଦ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱୀକାର କରି ସାରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର।
ଏଥିସହ ସେ ଆହୁରି କହିଛନ୍ତି, ବାଲେଶ୍ୱରକୁ ଦେଶର ଅଗ୍ରଣୀ ବାଣିଜ୍ୟିକ ପେଣ୍ଠସ୍ଥଳ କରିବା ଆମର ଲକ୍ଷ୍ୟ। ବାଲେଶ୍ୱରକୁ ରୋଜଗାରର ନୂଆ କେନ୍ଦ୍ର ଭାବେ ତିଆରି କରିବାକୁ ପଡ଼ିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ସୂଚନାଯୋଗ୍ୟ, ବାଲେଶ୍ୱର ଉପନିର୍ବାଚନରେ ବିଜେପି ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଧର୍ମେନ୍ଦ୍ର ଗତ ରାତିରୁ ବାଲେଶ୍ୱରରେ ପହଞ୍ଚିଛନ୍ତି । ଆଜି ସେ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି। ଏହା ପୂର୍ବରୁ ଗତକାଲି ତିର୍ତ୍ତୋଲରେ ମଧ୍ୟ ଭର୍ଚୁଆଲ୍ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ ।
The post ଅହଙ୍କାରୀଙ୍କର ସଦବୁଦ୍ଧି ହେଉ- ବିଜେଡି ଉପରେ ଗର୍ଜି ଏପରି କହିଲେ ଧର୍ମେନ୍ଦ୍ର appeared first on Odisha Reporter.
from Odisha Reporter https://ift.tt/3dThMjV
No comments:
Post a Comment