ଟିଭି ଓ ଟାୟାର ପରେ ଏସି ଆମଦାନୀ ଉପରେ ବ୍ୟାନ୍‌ ଲଗାଇଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ଟିଭି ଓ ଟାୟାର ପରେ ଏସି ଆମଦାନୀ ଉପରେ ବ୍ୟାନ୍‌ ଲଗାଇଲେ ସରକାର

ନୂଆଦିଲ୍ଲୀ: ଘରୋଇ ଉତ୍ପାଦନ ଓ ଘରୋଇ କମ୍ପାନୀଗୁଡ଼ିକର ବ୍ୟବସାୟ ବୃଦ୍ଧି କରିବା ପାଇଁ ଭାରତ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବିଦେଶରୁ ଟିଭି ଓ ଟାୟାର ଆମଦାନୀ ଉପରେ ରୋକ ଲଗାଇଥିବା ଭାରତ ସରକାର ଏବେ ଏସିର ଆମଦାନୀ ଉପରେ ବ୍ୟାନ୍‌ ଲଗାଇଛନ୍ତି।

ଡିଜିଏଫଟି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ପ୍ରକାରର ଏସିର ଆମଦାଦୀ ଉପରେ ଭାରତ ସରକାର ରୋକ ଲଗାଇଛନ୍ତି। ପୂର୍ବରୁ ଟିଭି ଓ ଟାୟାର ଆମଦାନୀ ଉପରେ ଯେଉଁଭଳି ବ୍ୟାନ୍‌ ଲାଗିଥିଲା, ଏବେ ଏସି ଉପରେ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ଅର୍ଥ ବିଦେଶୀରୁ ଗ୍ୟାସ୍‌ କିମ୍ବା refrigerant ଭର୍ତ୍ତି କରି ଏସି ଗୁଡ଼ିକ ଭାରତକୁ ଆସି ପାରିବ ନାହିଁ। ଭାରତରେ ହିଁ ସବୁ ଜିନିଷର ଉତ୍ପାଦନ ହେବ।

ଭାରତରେ ଚାଲୁଥିବା ଏସିଗୁଡ଼ିକର ସାମଗ୍ରୀ ସାଧାଣତଃ ବିଦେଶୀରୁ ଆମଦାନୀ ହୋଇଥାଏ। ଭାରତୀୟ ମାର୍କେଟକୁ ବିଭିନ୍ନ ବିଦେଶୀ କମ୍ପାନୀରୁ ପ୍ରାୟ ୫-୬ ବିଲିୟନ ଡଲାରର ଏସି ଆମଦାନୀ ହୁଏ। ସେହିପରି ୮୫ରୁ ୧୦୦% ଏସି ସାମଗ୍ରୀ ମଧ୍ୟ ବାହାରୁ ଆସିଥାଏ। ଏହାର ମୂଲ୍ୟ ପ୍ରାୟ ୨ ବିଲିୟନ ଡଲାର। ଭାରତରେ ଉତ୍ପାଦନ ବୃଦ୍ଧି ଓ ଘରୋଇ କମ୍ପାନୀଗୁଡ଼ିକୁ ଅଧିକ ସହାୟତା କରିବା ପାଇଁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

The post ଟିଭି ଓ ଟାୟାର ପରେ ଏସି ଆମଦାନୀ ଉପରେ ବ୍ୟାନ୍‌ ଲଗାଇଲେ ସରକାର appeared first on Odisha Reporter.



from Odisha Reporter https://ift.tt/3nUWzuy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages