କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଘାଘରମୁଣ୍ଡା ଖନ୍ଦା ଜଙ୍ଗଲରେ ଗତରାତିର ହୋଇଥିବା ମିଡ-ନାଇଟ ଅପରେସନରେ ୨ ଶିକାରୀଙ୍କୁ ଗିରଫ କରିବା ସହ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ୍ ତାର ଜବତ କରିଛି ବନ ବିଭାଗ। ଗିରଫ ଦୁଇ ଅଭିଯୁକ୍ତ ହେଲେ ପରଜଙ୍ଗ ଥାନା ଅସନବାହାଳି ଗ୍ରାମର ଅରୁଣ ସାହୁ ଏବଂ ଖନ୍ଦା ଗ୍ରାମର ତ୍ରିନାଥ ସାହୁ । ଘଟଣା ସ୍ଥଳରୁ ଆଉ ୫ ଜଣ ଫେରାର ହୋଇ ଯାଇଛନ୍ତି।
ସୂଚନା ଥାଉକି ,ଏହି ଶିକାରୀ ମାନେ ପ୍ରତିଦିନ ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିଥାନ୍ତି । ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରକୁ ବନ୍ୟଜନ୍ତୁ ଶିକାର ପାଇଁ ବିଛାଇଥିବା ତାର ସହ ସଂଯୋଗ କରିଥାନ୍ତି । ପଏନେଇ ସୂଚନା ପାଇ ସୋମବାର ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରାଙ୍କ ନେତୃତ୍ୱରେ ହୋଇଥିବା ମିଡ-ନାଇଟ ଅପରେସନରେ ସ୍ଥାନୀୟ ଫରେଷ୍ଟରଙ୍କ ସମେତ ବନ କର୍ମଚାରୀ ସାମିଲ ହୋଇ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ।
The post ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର କରୁଥିଲେ, ଧରାପଡ଼ିଲେ appeared first on Odisha Reporter.
from Odisha Reporter https://ift.tt/34BhuKh
No comments:
Post a Comment