ଲଗାତର ୨୦ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରର ନେତୃତ୍ୱ ନେଇ ରେକର୍ଡ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 7, 2020

ଲଗାତର ୨୦ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରର ନେତୃତ୍ୱ ନେଇ ରେକର୍ଡ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜଣେ ଏଭଳି ରାଜନେତା ହୋଇପାରିଛନ୍ତି ଯିଏକି ଗତ ଦୁଇ ଦଶନ୍ଧି ଧରି କେନ୍ଦ୍ର ଓ ରାଜ୍ୟ ସରକାରର ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏହି ୨୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରର ମୁଖ୍ୟ ନିର୍ବାଚିତ ପ୍ରତିନିଧି ଭାବରେ ଦାୟିତ୍ୱ ତୁଲାଇଛନ୍ତି। ସବୁଠୁ ବଡ଼ କଥା ହେଲା ଏହି କୋଡିଏ ବର୍ଷ ମଧ୍ୟରେ ମୋଦି ବିନା ଛୁଟିରେ ନିଜ ଦାୟିତ୍ୱ ତୁଲାଇ ଚାଲିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ସେ ପ୍ରଥମେ ରାଜ୍ୟରେ ପରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଦୃଷ୍ଟିକୋଣ ଏବଂ କାର୍ଯ୍ୟ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି। ପ୍ରଥମେ ବିଜେପିର ବିଚାରଧାରାର ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ର ଦାୟିତ୍ୱ ଗ୍ରହଣ କରିବା ପରେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ଏହାପରେ ସେ ତାଙ୍କର ରାଜନୀତିକ ଇନିଂସ ଗୋଟିଏ ପରେ ଗୋଟିଏ ଖେଳି ଚାଲିଛନ୍ତି।

ନରେନ୍ଦ୍ର ମୋଦି ଲଗାତାର ତିନି ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। କଂଗ୍ରେସ ସରକାର ବିରୋଧରେ ଏକ କଡ଼ା ଅଭିଯାନ ଆରମ୍ଭ କରି ନରେନ୍ଦ୍ର ମୋଦି ସଫଳ ହୋଇଛନ୍ତି। ସେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସ ବିରୋଧରେ ନିଜ ରାଜନୀତିକ ଯୁଦ୍ଧରେ ସଫଳ ହୋଇଥିଲେ। ଏହାପରେ ଏବେ ଦେଶରେ ତାଙ୍କ ନେତୃତ୍ୱରେ କଂଗ୍ରେସ ଦୁର୍ବଳ ହୋଇଛି। ଏହାରି ଭିତରେ ମୋଦି ଅନ୍ତର୍ଜାତୀୟ ମାଗାଜିନ ଟାଇମ୍, ପ୍ରଭାବଶାଳୀ ନେତା ଏବଂ ଲୋକପ୍ରିୟ ନେତା ତାଲିକାରେ ମଧ୍ୟ ସାମିଲ୍ ହୋଇସାରିଛନ୍ତି।

ମୋଦିଙ୍କ କାର୍ଯ୍ୟକାଳରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ମାମଲାର ସମାଧାନ କୋର୍ଟ କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଜମ୍ମୁ କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ କରିବା ଏବଂ ତିନି ତଲାକ ହଟାଯାଇଛି।

୭ ଅକ୍ଟୋବର ୨୦୦୧ରେ ନରେନ୍ଦ୍ର ମୋଦି ଦେଶର ଗୁଜୁରାଟର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପରେ ମୋଦି ୨୬ ମେ ୨୦୧୪ରେ ଦେଶର ୧୪ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପରେ ମେ ୩୦, ୨୦୧୯ରେ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

The post ଲଗାତର ୨୦ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରର ନେତୃତ୍ୱ ନେଇ ରେକର୍ଡ କଲେ ମୋଦି appeared first on Odisha Reporter.



from Odisha Reporter https://ift.tt/3nrvH5m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages