ଶ୍ରେୟସଙ୍କ ୟଙ୍ଗ୍ ବ୍ରିଗେଡ୍ ଆଗରେ ବିରାଟସେନାର ଆତ୍ମସମର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ଶ୍ରେୟସଙ୍କ ୟଙ୍ଗ୍ ବ୍ରିଗେଡ୍ ଆଗରେ ବିରାଟସେନାର ଆତ୍ମସମର୍ପଣ

ଦୁବାଇ: ଶ୍ରେୟସ ଆୟରଙ୍କ କ୍ୟାପଟେନ୍ସି ଓ ଯୁବ ଖେଳାଳିଙ୍କ ଦମ୍ ପୁଣିଥରେ ପ୍ରମାଣିତ କରିଛି ଯେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋକିବା କୌଣସି ଟିମ୍ ପକ୍ଷେ ଏବେ ମୁସ୍କିଲ୍ ଟାସ୍କ ହୋଇପଡ଼ିଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋମବାର ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣର ୧୯ତମ ମ୍ୟାଚରେ। ଯେଉଁଥିରେ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ୫୯ ରନ୍‌ର ବଡ଼ ବ୍ୟବଧାନରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ପରାସ୍ତ କରିଛି।

ମ୍ୟାଚରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୯୬ ରନ୍ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ଏହା ପରେ ଟିମର ବୋଲରମାନେ ମଧ୍ୟ ଚମତ୍କାର କରି ଆରସିବିକୁ ୨୦ ଓଭରରେ ୯ ୱିକେଟରେ ୧୩୭ ରନରେ ରୋକିନେଇଥିଲେ। ଏହି ବଡ଼ ବିଜୟ ସହ ଦିଲ୍ଲୀ ଟିମ୍ ପୁଣିଥରେ ପଏଣ୍ଟ ଟେବୁଲର ଟପରେ ପହଞ୍ଚିଯାଇଛି। ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚରୁ ଦିଲ୍ଲୀର ଏହା ଚତୁର୍ଥ ବିଜୟ। ସେହିପରି ଆରସିବିର ୫ ମ୍ୟାଚରୁ ୨ୟ ବିଜୟ।

ବଡ଼ ଲକ୍ଷ୍ୟର ପିଛା କରୁଥିବା ଆରସିବି ଆଶାମୁତାବକ ଆରମ୍ଭ କରିପାରିନଥିଲା। କ୍ୟାପଟେନ୍ ବିରାଟ୍‌ କୋହଲି (୪୩)ଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ବେଶୀ ସମୟ ତିଷ୍ଠିପାରିନଥିଲେ। ଦିଲ୍ଲୀକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ସ୍ପିନର। ଇନଫର୍ମ ଓପ୍ନର ଦେବଦତ୍ତ ପାଡିକ୍କଲ (୪)ଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଆରୋନ୍ ଫିଞ୍ଚ୍ (୧୩)ଙ୍କୁ ପ୍ୟାଭିଲିୟନ୍ ପଠାଇ ଆରସିବିକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଏବି ଡି’ଭିଲିୟର୍ସ (୯) ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ୪୩ ରନରେ ୩ ୱିକେଟ୍‌ ହରାଇବା ପରେ ଆରସିବିର ରନ୍ ଗତି ହ୍ରାସ ପାଇଥିଲା।

ବିରାଟଙ୍କ ସହ ଯୋଗ ଦେଇଥିବା ମୋଇନ୍ ଅଲୀ (୧୧) ବଡ଼ ଶଟ୍‌ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। କୋହଲି ସେଟ୍‌ ହୋଇସାରିଥିବା ବେଳେ ତାଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ କାଗିସୋ ରବାଡା। କୋହଲିଙ୍କ ଆଉଟ୍ ପରେ ଆରସିବିର ଆଶା ମଉଳି ଯାଇଥିଲା। ଶେଷକ୍ରମରେ ୱାଶିଂଟନ୍ ସୁନ୍ଦର (୧୭), ଶିବମ୍ ଦୁବେ (୧୧), ଇସୁରୁ ଉଦାନା (୧) ଓ ମହମ୍ମଦ ସିରାଜ (୫) ନିରାଶ କରିଥିବା ବେଳେ ନଭଦୀପ ସାଇନି ୧୨ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ରବାଡା ୨୪ ରନ୍ ଦେଇ ସର୍ବାଧିକ ୪ଟି, ଆନରିଚ୍ ନର୍ଜେ ଓ ଅକ୍ଷର ପଟେଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଦିଲ୍ଲୀ ପାଇଁ ପୁଣିଥରେ ଚମତ୍କାର ବ୍ୟାଟିଂ କରି ଯୁବ ବ୍ୟାଟ୍ସମ୍ୟାନ୍। ପୃଥ୍ୱୀ ଶ’ ଓ ଶିଖର ଧୱନଙ୍କ ଓପନିଂ ଯୋଡ଼ି ପୁଣିଥରେ କମାଲ୍‌ କରିଥିବା ବେଳେ ମିଡିଲ୍ ଅର୍ଡରର ଋଷଭ ପନ୍ତ ଓ ମାର୍କସ୍ ଷ୍ଟୋଇନିସଙ୍କ ଦମରେ ଦିଲ୍ଲୀ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା। ଶ’ ମାତ୍ର ୨୩ ବଲରେ ୫ ଚୌକା ଓ ୨ ଛକା ସହ ୪୨ ଧୱନ୍ ୩୨ ରନ୍ କରି ଆଉଟ୍ ହୋଇଥିଲେ।

ପୂର୍ବ ମ୍ୟାଚରେ ଦ୍ରୁତ ଇନିଂସ୍ ଖେଳିଥିବା କ୍ୟାପଟେନ୍ ଆୟର୍ (୧୧) ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ପନ୍ତ ୩୭ (୨୫ ବଲ୍‌, ୩ ଚୌକା, ୨ ଛକା) ରନ୍ କରିଥିବା ବେଳେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଷ୍ଟୋଇନିସ୍ ଅପରାଜିତ ୫୩ (୨୬ ବଲ୍, ୬ ଚୌକା, ୨ ଛକା) ଓ ଶିମରନ୍ ହେଟମେୟର୍ ୧୧ ରନ୍ କରି ଅପରାଜିତ ଥିଲେ।

The post ଶ୍ରେୟସଙ୍କ ୟଙ୍ଗ୍ ବ୍ରିଗେଡ୍ ଆଗରେ ବିରାଟସେନାର ଆତ୍ମସମର୍ପଣ appeared first on Odisha Reporter.



from Odisha Reporter https://ift.tt/3itlyRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages