ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

କଟକ (ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷର ଜେଲ୍‌ ଦଣ୍ଡ । ଏକ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତ ।

ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ନାବାଳିକା ରାମ ନବମୀ ଯାତ୍ରା ଦେଖିବା ଲାଗି ନିଜ ମାଉସୀ ଘର ଧର୍ମଶାଳା ଅଞ୍ଚଳକୁ ଯାଇଥିଲେ।  ନାବାଳିକାଜଣକ ସେଠି ରହିବା ସମୟରେ ଉକ୍ତ ମାସ ୨୧ ତାରିଖରେ ଅଭିଯୁକ୍ତ କରୁଣାକର କାଣ୍ଡି ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ବଳାତ୍କାର କରିଥିଲେ ।  ଏହା ପରଦିନ ନାବାଳିକାଙ୍କୁ ତାଙ୍କ ମାଉସୀ ନିଶ୍ଚିନ୍ତକୋଇଲିସ୍ଥିତ ତାଙ୍କ ଘରେ ଛାଡ଼ି ଦେଇଯାଇଥିଲେ।

ଏହାପରେ କିନ୍ତୁ ସଂପୃକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ଏନେଇ ସନ୍ଦେହ ହେବାରୁ ପରିବାର ଲୋକେ ଝିଅଠାରୁ ସମସ୍ତ ବିଷୟ ପଚାରି ବୁଝିଲେ ।ଏହାପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।

ବିଭିନ୍ନ ପାରିପାର୍ଶିକ ପ୍ରମାଣ, ସାକ୍ଷୀ, ବୟାନ ଏବଂ ମେଡିକାଲ୍ ରିପୋର୍ଟକୁ ଆଧାର କରି ଅଭିଯୁକ୍ତକୁ ୨୦ ବର୍ଷ  ଜେଲଦଣ୍ଡା ଶୁଣାଇବା ସହ ଜରିମାନା ବି କରିଛନ୍ତି କୋର୍ଟ।

The post ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ appeared first on Odisha Reporter.



from Odisha Reporter https://ift.tt/36znZjo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages