ଏଣିକି ନୂଆ ନିୟମ; ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

ଏଣିକି ନୂଆ ନିୟମ; ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ

ନୂଆଦିଲ୍ଲୀ: ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ।  ଆସନ୍ତା ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି ।

ଟ୍ରେନ୍ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ଭାରତୀୟ ରେଲେଓ୍ୱ ପକ୍ଷରୁ ଦ୍ୱିତୀୟ ରିଜର୍ଭେସନ ଚାର୍ଟ ଜାରି କରାଯିବ। ସେହିପରି ପ୍ରଥମ ଚାର୍ଟ ୪ ଘଣ୍ଟା ପୂର୍ବରୁ ଆସିଯିବ।  ଯାହା ଫଳରେ ତୁରନ୍ତ କୌଣସି ଜାଗାକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଏହାର ଫାଇଦା ପାଇପାରିବେ ।

ରେଲୱେର କହିବା ମୁତାବକ, ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲିପଡୁଥିଲା । ସିଟ୍ ଖାଲି ପଡ଼ିବା ସତ୍ତ୍ୱେ ଅନେକ ଯାତ୍ରୀ ଜେନେରାଲ୍ ଶ୍ରେଣୀରେ ଯାତ୍ରା କରୁଥିଲେ । ମାତ୍ର ଏବେ ତାହା ହେବ ନାହିଁ । ପ୍ରଥମ ଚାର୍ଟ ପରେ ଯେଉଁ ସିଟ୍ ଖାଲି ରହିବ ତାହାର ବୁକିଂ ଅନ୍‌ଲାଇନ୍‌ ଅଥବା କାଉଣ୍ଟରରେ କରାଯିବ। ଏଥିଲାଗି ପ୍ରଥମେ ଆସିଲେ ପ୍ରଥମେ ପାଇବା ନିୟମ ଲାଗୁ ହେବ।

The post ଏଣିକି ନୂଆ ନିୟମ; ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ appeared first on Odisha Reporter.



from Odisha Reporter https://ift.tt/3nrMGEH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages