ନୂଆଦିଲ୍ଲୀ: ନଅ ବର୍ଷ ଧରି ପାରାଲିସିସରେ ଆକ୍ରାନ୍ତ ହୋଇଥିବା ୧୧ ବର୍ଷ ବୟସ୍କା ସିଂହୀ ଅଖିଲାର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିଲ୍ଲୀ ଚିଡିଆଖାନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଅଖିଲାର ଫୁସଫୁସ-ବୃକକରେ ମଧ୍ୟ ସମସ୍ୟା ଥିଲା ବୋଲି ଜଣାପଡ଼ିଛି।
ପ୍ରାଣୀ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ରମେଶ ପାଣ୍ଡେ କହିଛନ୍ତି ଯେ ଅଖିଲା ପ୍ରାୟ ମାସେ ହେବ ଅସୁସ୍ଥ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ତା’ର ମୃତ୍ୟୁ ଘଟିଛି। ଗତ କିଛି ଦିନ ମଧ୍ୟରେ ଫୁସଫୁସ-ବୃକକରେ ତା’ର ସମସ୍ୟା ଥିଲା। ଭୋକ କମିଯାଇଥିବା ସହିତ ଡିହାଇଡ୍ରେସନ୍ ମଧ୍ୟ ବଢ଼ିଯାଇଥିଲା। ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଏବଂ ଭିସେରା ପରୀକ୍ଷା ପରେ ଜଣାପଡିବ।
୧୯ ମେ ୨୦୦୯ରେ ଅଖିଲା ଏଠାରେ ଜନ୍ମଗ୍ରହଣ କରିଥିଲା। ତେବେ ଅଳ୍ପ ବୟସରେ ସ୍ନାୟୁ ରୋଗ ସହିତ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଥିଲା। ତାର ସମସ୍ତ ପ୍ରକାର ଚିକିତ୍ସା ମଧ୍ୟ କରାଯାଉଥିଲା ବୋଲି ସେ କହିଛନ୍ତି।
ଅଖିଳର ଭାଇଭଉଣୀ, ୧୧ ବର୍ଷୀୟ ସିଂହ ସୁନ୍ଦରାମ ମଧ୍ୟ ଅଗଷ୍ଟରେ ପାରାଲିସିସରେ ପୀଡିତ ହୋଇଛି। ବରେଲିରେ ଥିବା ପ୍ରାଣୀ ଉଦ୍ୟାନ ବିଭାଗର ଡାକ୍ତରୀ ବିଶେଷଜ୍ଞଙ୍କ ସହାୟତାରେ ଚିକିତ୍ସା ଚାଲିଥିବା ସେ କହିଛନ୍ତି। ଏବେ ସୁନ୍ଦରାମଙ୍କ ଅବସ୍ଥା ସୁଧୁରିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜଙ୍ଗଲରେ ସିଂହମାନଙ୍କର ହାରାହାରି ଆୟୁଷ ୧୪ ବର୍ଷ।
The post ପାରାଲିସିସରେ ଆଖି ବୁଜିଲା ଅଖିଲା appeared first on Odisha Reporter.
from Odisha Reporter https://ift.tt/36G5DO0
No comments:
Post a Comment