ପୁଣି ଘଣ୍ଟଘଣ୍ଟା ପିଟି ପ୍ରତିବାଦ କରିବେ ସେବାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

ପୁଣି ଘଣ୍ଟଘଣ୍ଟା ପିଟି ପ୍ରତିବାଦ କରିବେ ସେବାୟତ

ବାରିପଦା (ମାଣିକ ଲାଲ ପାଣି): ମନ୍ଦିର ଖୋଲିବା ଦାବିରେ ୨୮ ତାରିଖ (ବୁଧବାର) ସକାଳ ୯ଟାରେ ଘଣ୍ଟଘଣ୍ଟା ପିଟି, ଶଙ୍ଖ ଫୁଙ୍କି ପୁଣି ପ୍ରତିବାଦ କରିବେ ସେବାୟତ। ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ମଠ ମନ୍ଦିର ଆଗରେ ଏଭଳି ପ୍ରତିବାଦ କରାଯିବ ବୋଲି ସଂଘର ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି।

ରବିବାର ବାରିପଦାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜାପଣ୍ଡା ଓ ସେବାୟତଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଥିଲେ।

ସେ କହିଥିଲେ, ସରକାର ଆଜିଯାଏଁ କୋଭିଡ କଟକଣା ଦର୍ଶାଇ ମନ୍ଦିରଗୁଡ଼ିକୁ ଭକ୍ତଙ୍କ ପାଇଁ ଖୋଲିଲେନି। ଫଳରେ ବିଭିନ୍ନ ମଠ ଓ ମନ୍ଦିରର ସେବାୟତ ଓ ବ୍ରାହ୍ମଣମାନେ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ଆଗରୁ ମଧ୍ୟ ଘଣ୍ଟଘଣ୍ଟା ପିଟ ପ୍ରତିବାଦ କରାଯାଇଥିଲା। କିନ୍ତୁ ସରକାର ଏହାକୁ ଶୁଣିଲେ ନାହିଁ କି କିଛି ବ୍ୟବସ୍ଥା କଲେ ନାହିଁ। ସେହିଭଳି କୋରନା ସମୟରେ ଅନ୍ୟମାନଙ୍କ ପାଇଁ ସରକାର ସହାୟତା ଘୋଷଣା କରିଥିଲେ ବି ସେବାୟତଙ୍କ ଲାଗି କିଛି କରି ନାହାନ୍ତି।

ଶ୍ରୀ ତିପ୍ରାଠୀ କହିଥିଲେ, ୨୮ ତାରିଖରେ ହେବାକୁ ଥିବା ପ୍ରତିବାଦରେ ରାଜ୍ୟର ସମସ୍ତ ସେବାୟତ ଓ ସେମାନଙ୍କ ପରିବାର ସାମିଲ ହେବେ। ତେବେ ଜନସାଧାରଣ ବି ଏଥିରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି।

The post ପୁଣି ଘଣ୍ଟଘଣ୍ଟା ପିଟି ପ୍ରତିବାଦ କରିବେ ସେବାୟତ appeared first on Odisha Reporter.



from Odisha Reporter https://ift.tt/2HEmKF9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages