ଦୁର୍ଗା ପୂଜା ମଣ୍ଡପରେ ଶ୍ରମିକଙ୍କ ଦେବଦୂତ ସୋନୁଙ୍କ ପ୍ରତିମୂର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ଦୁର୍ଗା ପୂଜା ମଣ୍ଡପରେ ଶ୍ରମିକଙ୍କ ଦେବଦୂତ ସୋନୁଙ୍କ ପ୍ରତିମୂର୍ତ୍ତି

କୋଲକାତା: ଲୋକପ୍ରିୟ ଅଭିନେତା ସୋନୁ ସୁଦ୍ କରୋନା ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ମନଖୋଲି ସହାୟତା କରିଛନ୍ତି। ଏହି କାରଣରୁ ଆଜି ଘରେ ଘରେ ଖାଲି ଜଣେ ଅଭିନେତା ହିସାବରେ ନୁହେଁ ବରଂ ଜଣେ ପ୍ରକୃତ ହିରୋ ଭାବେ ପରିଚିତ। ଯେତେ ବଡ଼ ସମସ୍ୟା ବା ଅସୁବିଧା ହେଉନା କାହିଁକି, ସୋନୁ ସମସ୍ତଙ୍କୁ ହୃଦୟ ଖୋଲି ସହାୟତା କରନ୍ତି।

 

ଲକଡାଉନ ସମୟରେ କେତେବେଳେ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରି ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବାରେ ସାହାଯ୍ୟ କରିଛନ୍ତି, ତ କେତେବେଳେ ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ବିମାନ ଯୋଗେ ଭାରତ ଫେରାଇ ଆଣିଛନ୍ତି। ସାଧାରଣ ଲୋକଙ୍କୁ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ ରହିଥିବା ସୋନୁ ଆଜି ଅନେକଙ୍କ ପାଇଁ ଭଗବାନ ଭଳି।

ସୋନୁଙ୍କୁ ତାଙ୍କ ଭଲ କାମ ପାଇଁ ସମ୍ମାନ ଜଣାଇବାକୁ କୋଲକାତାର ଏକ ଦୁର୍ଗା ପୂଜା ମଣ୍ଡପରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ମଣ୍ଡପର ଥୀମ୍ ଅନୁଯାୟୀ ଆଖ ପାଖରେ ପ୍ରବାସୀ ଶ୍ରମିକଙ୍କୁ ରଖାଯାଇଛି। ସେମାନଙ୍କ ଦୁଃଖ, ଯନ୍ତ୍ରଣା ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ ସୋନୁ ସେମାନଙ୍କୁ ସାନ୍ତ୍ୱନା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଉକ୍ତ ମଣ୍ଡପର ଥୀମ୍ ଅନୁଯାୟୀ, ଲୋକଙ୍କ ପ୍ରକୃତ ହିରୋ ସୋନୁଙ୍କୁ ମନଖୋଲି ପ୍ରଶଂସା କରାଯାଇଛି।

ପ୍ରଫୁଲ୍ଲ କନ୍ନନ ଓ୍ୱେଲଫେୟାର ଆସୋସିଏସନ ପକ୍ଷରୁ ଏହି ଆୟୋଜନ କରାଯାଇଛି। ସୋନୁଙ୍କ ସମ୍ମାନାର୍ଥେ ଏବଂ ଗରିବଙ୍କ ସହାୟତା ଲାଗି ଅନ୍ୟମାନଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏଭଳି ଥିମ୍ ରଖାଯାଇଛି। ମଣ୍ଡପର କେତେକ ଫଟୋ ଏବେ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ଅନ୍ୟପଟେ ଖୋଦ୍ ସୋନୁ ସୁଦ୍ ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, ଏହା ହେଉଛି ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ।

The post ଦୁର୍ଗା ପୂଜା ମଣ୍ଡପରେ ଶ୍ରମିକଙ୍କ ଦେବଦୂତ ସୋନୁଙ୍କ ପ୍ରତିମୂର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3dOFQ7L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages