ନୂଆଦିଲ୍ଲୀ: ଭାରତକୁ ପଡ଼ୋଶୀ ବିପଦ। ଉଭୟ ଚାଇନା ଏବଂ ପାକିସ୍ତାନ ହାତ ମିଳାଇଛନ୍ତି ଭାରତ ବିରୋଧରେ। ଲଦାଖରେ ଭାରତ ସହିତ ଚାଇନାର ତିକ୍ତତା ଜାରି ରହିଛି। ଏହାରି ଭିତରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ତିଆରି କରିବା ପାଇଁ ପାକିସ୍ତାନକୁ ଚାଇନା ସହଯୋଗ କରୁଥିବାର ପ୍ରମାଣ ମିଳିଛି। ଏଲଏସିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଏବେ ସୀମାବର୍ତ୍ତୀ ଅଞ୍ଚଳରେ ଭାରତ ବିରୋଧରେ ଶକ୍ତି ଯୋଗାଡ଼ କରୁଛି ଚାଇନା। ଏଥିପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି।
ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନା ଏବଂ ପାକିସ୍ତାନ ସେମାନଙ୍କ ସେନାର ଉନ୍ନତ ଏକୀକରଣ ଦିଗରେ କାର୍ଯ୍ୟ କରୁଛନ୍ତି। ଭୂପୃଷ୍ଠରୁ ଆକାଶକୁ କ୍ଷେପଣାସ୍ତ୍ର ଛାଡ଼ିବା ପାଇଁ ଏକ ସିଷ୍ଟମ ସ୍ଥାପନ କରୁଛନ୍ତି। ପିଓକେର ବାଗ ଜିଲ୍ଲାର ଲାସଦାନ ଧୋକ ନିକଟରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି।
ଏଥିପାଇଁ ପ୍ରାୟ ୧୨୦-୧୩୦ ପାକିସ୍ତାନୀ ସେନା କର୍ମଚାରୀ ଏବଂ ୨୫ ରୁ ୪୦ ସାଧାରଣ ନାଗରିକ ନିୟୋଜିତ ହୋଇଛନ୍ତି। ଇଣ୍ଟେଲିଜେନ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ ପାକିସ୍ତାନୀ ସେନା ଅଧିକାରୀଙ୍କ ସହ ସେଠାରେ ଚାଇନାର ସେନା କର୍ମଚାରୀ (ପିଏଲଏ) ମଧ୍ୟ ନିୟୋଜିତ ରହିଛି।
ସେହିପରି ଜେଲମ୍ ଜିଲ୍ଲାର ଚିନାରି ଏବଂ ହାକିଆନ୍ ବାଲା ଜିଲ୍ଲାର ଚାକୋଟିରେ ମଧ୍ୟ ଏହିପରି ନିର୍ମାଣ କାର୍ଯ୍ୟ ଚାଲିଥିବା ସୂଚନା ରହିଛି। ଅନ୍ୟପଟେ ଚଳିତ ବର୍ଷ ଜୁନ୍ ମାସରେ ଇସଲାମାବାଦ ବେଜିଂରେ ଥିବା ପିଏଲ୍ଏ ମୁଖ୍ୟାଳୟରେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ନିୟୋଜିତ କରିଛି।
ସୂଚନାଯୋଗ୍ୟ, ସି ଜିନପିଙ୍ଗ ବିଆରଆଇ ପ୍ରକଳ୍ପ ମାଧ୍ୟମରେ ପାକିସ୍ତାନର ରାଜନୀତି, ଅର୍ଥନୀତିକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି ଯେଉଁଥିପାଇଁ ବେଜିଂ ପାଇଁ ପିଓକେ ଗୁରୁତ୍ୱପୂର୍ଣ୍ଣ। ପିଓକେ ଏବଂ ଗିଲଗିଟ୍-ବାଲ୍ଟିସ୍ତାନରେ ବୃଦ୍ଧି ପାଉଥିବା ଅର୍ଥନୀତିକ ଏବଂ ସାମରିକ ସହଯୋଗ ପଛରେ ଚାଇନାର ଅସଲ ସ୍ୱାର୍ଥ ନିଜର ବିସ୍ତାରବାଦ ଚିନ୍ତାଧାରା ବୋଲି ଜଣାପଡ଼ିଛି।
ସେପ୍ଟେମ୍ବର ୩ ରେ ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ କହିଥିଲେ ଯେ ଦୁଇ ସାମ୍ମୁଖ୍ୟର ବିପଦକୁ ମୁକାବିଲା କରିବା ପାଇଁ ଭାରତ ଏକାକୀ ସକ୍ଷମ। ଯଦି ଇସଲାମାବାଦ ଭାରତର ଉତ୍ତର ସୀମାରେ ବିକାଶିତ ହେଉଥିବା କୌଣସି ଜିନିଷର ଭାରତ ବିରୋଧୀ ଫାଇଦା ନେବାକୁ ଚେଷ୍ଟା କରିବ ତାହେଲେ ପରିଣାମ ସାଂଘାତିକ ହେବ ବୋଲି ପାକିସ୍ତାନକୁ ଚେତାବନୀ ଦେଇଥିଲେ ସିଡିଏସ।
The post ପିଓକେରେ ମିଶାଇଲ ତିଆରି ପାଇଁ ପାକିସ୍ତାନକୁ ସହଯୋଗ କରୁଛି ଚାଇନା appeared first on Odisha Reporter.
from Odisha Reporter https://ift.tt/2Fc6ri2
No comments:
Post a Comment