ଆର୍ମି ମେଡିକାଲରେ ଭର୍ତ୍ତି ହେଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

ଆର୍ମି ମେଡିକାଲରେ ଭର୍ତ୍ତି ହେଲେ ଟ୍ରମ୍ପ

ୱାଶିଂଟନ: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲେ ମଧ୍ୟ ମେଡିକାଲ ଏକ୍ସପର୍ଟଙ୍କ କହିବାନୁଯାୟୀ ସେ ମେଡିକାଲରେ ଆଡମିଟ ହୋଇଛନ୍ତି। ଟ୍ରମ୍ପ ମାସ୍କ ପରିଧାନ କରି ହ୍ୱାଇଟ ହାଉସରୁ ବାହାରି ଏକ ହେଲିକପ୍ଟରରେ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରକୁ ଯାଇଥିବା ଜଣାଯାଇଛି। କିଛି ଦିନ ପାଇଁ ସେ ସେଠାରୁ ନିଜ କାର୍ଯ୍ୟ ପରିଚାଳନା କରିବେ ବୋଲି ଜଣାଯାଇଛି।

ଆସନ୍ତା ମାସ ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ତା’ ପୂର୍ବରୁ ଟ୍ରମ୍ପଙ୍କ ଏକାଧିକ ରାଜନୈତିକ ରାଲିର କାର୍ଯ୍ୟକ୍ରମ ଥିଲା । ତେବେ ସେଗୁଡିକ ଭର୍ଚୁଆଲ ମୋଡରେ କରାଯାଇପାରେ କିମ୍ବା ବାତିଲ ହୋଇପାରେ ବୋଲି ସୂଚନା ମିଳିଛି । ଟ୍ରମ୍ପଙ୍କ ପରିବାର ସଦସ୍ୟଙ୍କୁ ନେଇ ହେବାକୁ ଥିବା ରାଲିକୁ ମଧ୍ୟ ବାତିଲ କରାଯାଇଛି । ଅନ୍ୟପକ୍ଷରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନଙ୍କ କରୋନା ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଛି ।

 

The post ଆର୍ମି ମେଡିକାଲରେ ଭର୍ତ୍ତି ହେଲେ ଟ୍ରମ୍ପ appeared first on Odisha Reporter.



from Odisha Reporter https://ift.tt/2EUfV1h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages