ନିଜ ନେତାଙ୍କୁ ମାରିଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

ନିଜ ନେତାଙ୍କୁ ମାରିଦେଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଜ ଦଳର ଆଗ ଧାଡ଼ିର ନେତାଙ୍କୁ ହତ୍ୟା କଲେ ନକ୍ସଲ। ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ।

କିଛିଦିନ ଧରି ନକ୍ସଲମାନେ ବିଜାପୁରର ଗାଙ୍ଗୁଲୁର ଜଙ୍ଗଲରେ ନିରୀହ ଆଦିବାସି ଏବଂ ପୁଲିସ୍‌କୁ ଟାର୍ଗେଟ କରି ଆସୁଥିଲେ । କିନ୍ତୁ ଏବେ ନିଜ ସଙ୍ଗଠନର ଆଗ ଧାଡ଼ିର ନେତାଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲା ଗଙ୍ଗଲୁର ଏରିଆ କମିଟି DVC ଇନଚାର୍ଜ ବିଜ୍ଜା ମୋଡିୟମ ।

ମୋଡିୟମଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର । ପୁଲିସ୍‌ ଇନଫର୍ମର ସନ୍ଦେହ କରି ମାଓବାଦୀ ତାଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି । ଗତକାଲି ମୋଡିୟମଙ୍କ ମୃତଦେହକୁ ଇତାବର ଗାଁରେ ଶବ  ସତ୍କାର କରାଯାଇଥିବା ସୂଚନା ଦେଇଛନ୍ତି ବସ୍ତର IG ସୁନ୍ଦର ରାଜ P।

The post ନିଜ ନେତାଙ୍କୁ ମାରିଦେଲେ ନକ୍ସଲ appeared first on Odisha Reporter.



from Odisha Reporter https://ift.tt/3lak6Ws

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages