ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି, ଯାହା ନିଶ୍ଚିତ ଭାବରେ ଏକ ଶୁଭ ସଂକେତ। ତେବେ କରୋନା ସଂକ୍ରମଣ କିନ୍ତୁ ଏଯାବତ ଟଳିନାହିଁ। ଏବେ ବି ମହାମାରୀ ଆତଙ୍କ ଘର ଦ୍ୱାର ମୁହଁରେ ଜଗି ରହିଛି। ଏଣୁ କଟକଣା ଏବଂ ସତର୍କତାକୁ ପାଳନ କରିବା ହିଁ ଏକମାତ୍ର ସମାଧାନ।
ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ଅନ୍ୟପଟେ ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ୫୦,୧୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ ସର୍ବମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୬୪,୮୧୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ଯୋଗୁ ୫୭୮ଜଣଙ୍କ ମୃତ୍ୟୁ ଘଟିଥିବା ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ୧,୧୮,୫୩୪ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତାଜା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ୬୨,୦୭୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୭୦,୭୮,୧୨୩ ଜଣ କୋଭିଡକୁ ହରାଇ ସୁସ୍ଥ ହୋଇସାରିଛନ୍ତି।
The post ୨୪ ଘଣ୍ଟାରେ ୫୦,୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/31Hwcij
No comments:
Post a Comment