ଦିନକ ତଳେ ବାପାଙ୍କୁ ହରାଇଥିଲେ, ପରଦିନ ମଇଦାନକୁ ଓହ୍ଲାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

ଦିନକ ତଳେ ବାପାଙ୍କୁ ହରାଇଥିଲେ, ପରଦିନ ମଇଦାନକୁ ଓହ୍ଲାଇଲେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ରୋମାଞ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ରାତିରେ ଖେଳାଯାଇଥିବା ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ଗୋଟିଏ ପଟେ ପଞ୍ଜାବ ମ୍ୟାଚ୍ ଜିତିବା ପରେ ବହୁତ ଖୁସି ହୋଇଥିବା ବେଳେ ଟିମର ଜଣେ ଖେଳାଳି କିନ୍ତୁ ଦୁଃଖି ଥିଲେ। ଏହାର କାରଣ ଜାଣିଲେ ସମସ୍ତେ ସ୍ତବ୍ଧ ହୋଇଯିବେ। ସେହି ଖେଳାଳି ଜଣକ ହେଉଛନ୍ତି ପଞ୍ଜାବ ପକ୍ଷରୁ ଓପନ୍ କରିଥିବା ମନଦୀପ ସିଂହ। ତେବେ ମନଦୀପଙ୍କ ମନ କାହିଁକି ଦୁଃଖ ଥିଲା, ଆସନ୍ତୁ ଜାଣିବା।

ମ୍ୟାଚର ଦିନକ ପୂର୍ବେ ମନଦୀପଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଥିଲା। ପିତାଙ୍କ ଦେହାନ୍ତର ପରଦିନ ଅର୍ଥାତ୍ ଶନିବାର ମନଦୀପ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ। ତାଙ୍କର ଏହି ସାହସ ପାଇଁ ଏବେ ସମସ୍ତେ ତାଙ୍କୁ ସଲାମ୍ କରୁଛନ୍ତି। ଏପରିକି ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ମଧ୍ୟ ମନଦୀପଙ୍କୁ ସଲାମ୍ କରିଛନ୍ତି। ସଚିନ୍ ମଧ୍ୟ ୧୯୯୯ରେ ୱାଲ୍‌ର୍ଡ କପ୍ ଖେଳୁଥିବା ବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା।

ଶୁକ୍ରବାର ମନଦୀପଙ୍କ ପିତା ହରଦେବ ସିଂହ ଦୁନିଆକୁ ଅଲବିଦା କହିଥିଲେ। ପିତାଙ୍କର ଦେହାନ୍ତ ଖବର ପାଇବା ସତ୍ତ୍ୱେ ମନଦୀପ ଟିମର ସାଥ୍ ଛାଡ଼ି ନଥିଲେ ଏବଂ ଭାରତ ଫେରିବା ବଦଳରେ ସେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିଲେ। ମନଦୀପଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପଞ୍ଜାବ ଟିମର ଖେଳାଳିମାନେ ହାତରେ କଳା ରଙ୍ଗର ଆର୍ମି ବ୍ୟାଣ୍ଡ୍ ମଇଦାନକୁ ଓହ୍ଲାଇଥିଲେ।

ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ କେକେଆର୍ ଟିମର ବାମହାତୀ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣାଙ୍କ ଶ୍ୱଶୁରଙ୍କ ମୃତ୍ୟୁ ସତ୍ତ୍ୱେ ମଇଦାନକୁ ଓହ୍ଲାଇଥିଲେ। ଉକ୍ତ ମ୍ୟାଚରେ ସେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ନିଜ ଶ୍ୱଶୁରଙ୍କୁ ସମର୍ପିତ କରିଥିଲେ। ନୀତୀଶ ଦିଲ୍ଲୀ ବିପକ୍ଷ ମ୍ୟାଚରେ ୩୫ ବଲରେ ଅର୍ଦ୍ଧଶତକ ମାରିଥିଲେ।

The post ଦିନକ ତଳେ ବାପାଙ୍କୁ ହରାଇଥିଲେ, ପରଦିନ ମଇଦାନକୁ ଓହ୍ଲାଇଲେ appeared first on Odisha Reporter.



from Odisha Reporter https://ift.tt/2FVQAVd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages