ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧିର ପ୍ରତିକ୍ଷା ପରେ ଆଜିଠୁ କଳାହାଣ୍ଡିବାସୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ପାଇପାରିଛନ୍ତି । ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା ଗ୍ରୀଡକୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ଉଦ୍ଘାଟନ୍ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କଲମପୁର ଓ କୋକସରା ବ୍ଲକକୁ ବିଜୁଳି ଯୋଗାଣ ହୋଇଛି । ଏହାଦ୍ୱାର ୩୦ ହଜାର ଲୋକ ଉପକୃତ ହୋଇଛନ୍ତି । ଏହାପରେ ସ୍ଥାନୀୟ ଅଞ୍ଚଳରେ ପାଓ୍ୱାର କଟ୍ ସମସ୍ୟା ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଗାମୀ ବର୍ଷେ ମଧ୍ୟରେ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଏହି ପ୍ରକଳ୍ପରୁ ବିଜୁଳି ସଂଯୋଗ କରାଯିବ । ୧୯୯୯ ମସିହାରେ ଇନ୍ଦ୍ରାବତୀ ବହୁମୁଖି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଏଠାରୁ ଦୈନିକ ୨ଶହରୁ ୨୫୦ ମେଗାଓ୍ୱାଟ ବିଜୁଳି ଉତ୍ପାଦନ ହେଉଛି।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିର ବିକାଶ ହୋଇଛି ବୋଲି କହିଥିଲେ। ତେବେ ଦକ୍ଷିଣ କେନାଲ ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
The post ଆଜିଠୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ପାଇଲେ କଳାହାଣ୍ଡିବାସୀ appeared first on Odisha Reporter.
from Odisha Reporter https://ift.tt/33l8lGk
No comments:
Post a Comment